ଆରଏସ୍‌ଏସ୍ ଶିବିରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନାଗପୁର: “ବହୁ ଭାଷା, ଜାତି, ସଂପ୍ରଦାୟର ଏକ ମିଳନସ୍ଥଳୀ ଆମ ଦେଶର ଏହି ବିବିଧତା ହିଁ ଆମର ଶକ୍ତି । ଏହା ଆମର ଏକତାକୁ ସୂଚାଉଛି। ୟୁରୋପରେ ଏକ ଜାତି ଭିତ୍ତିକ ଦେଶ ବ୍ୟବସ୍ଥାର ଆରମ୍ଭର ହଜାର ହଜାର ବର୍ଷ ପୂର୍ବରୁ ହିଁ ଭାରତ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲା । ସହିଷ୍ଣୁତା ଓ ଅହିଂସା ଭଳି ଶକ୍ତି ଲାଗି ଆମ ରାଷ୍ଟ୍ର ଆଗକୁ ଯିବ। ଏଣୁ ଆମ ଦେଶରେ ଆମେ ହିଂସା ପରିହାର କରିବା ସହ […]

pranab

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 10:01 PM IST

ନାଗପୁର: “ବହୁ ଭାଷା, ଜାତି, ସଂପ୍ରଦାୟର ଏକ ମିଳନସ୍ଥଳୀ ଆମ ଦେଶର ଏହି ବିବିଧତା ହିଁ ଆମର ଶକ୍ତି । ଏହା ଆମର ଏକତାକୁ ସୂଚାଉଛି। ୟୁରୋପରେ ଏକ ଜାତି ଭିତ୍ତିକ ଦେଶ ବ୍ୟବସ୍ଥାର ଆରମ୍ଭର ହଜାର ହଜାର ବର୍ଷ ପୂର୍ବରୁ ହିଁ ଭାରତ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲା । ସହିଷ୍ଣୁତା ଓ ଅହିଂସା ଭଳି ଶକ୍ତି ଲାଗି ଆମ ରାଷ୍ଟ୍ର ଆଗକୁ ଯିବ। ଏଣୁ ଆମ ଦେଶରେ ଆମେ ହିଂସା ପରିହାର କରିବା ସହ ସହିଷ୍ଣୁତାକୁ ଅଗ୍ରାଧିକାର ଦେବା ଆବଶ୍ୟକ।” ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ସମଗ୍ର ଦେଶକୁ ଏହି ବାର୍ତ୍ତା ଦେଇଛନ୍ତି ।

ଆରଏସଏସ କାର୍ଯ୍ୟକ୍ରମକୁ ଆସିବା ନିଷ୍ପତ୍ତିକୁ ସେ ଠିକ ବୋଲି କହିଛନ୍ତି। ନିଜର ଅଭିଭାଷଣରେ ସେ ଚାଣକ୍ୟ, ରବୀନ୍ଦ୍ରନାଥ ଠାକୁର ଆଦିଙ୍କ ଉକ୍ତିକୁ ଉଦ୍ଧାର କରିଥିଲେ ।  ଏହା ପୂର୍ବରୁ ଆରଏସଏସ ମୁଖ୍ୟ ସରସଂଘ ଚାଳକ ମୋହନ ଭାଗବତ କହିଥିଲେ ଯେ, କେବଳ ହିନ୍ଦୁମାନଙ୍କୁ ନୁହେଁ ସମଗ୍ର ଭାରତୀୟ ସମାଜକୁ ସଂଗଠିତ କରିବା ସଂଘର ଲକ୍ଷ୍ୟ । ପ୍ରଣବ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରିବା ନେଇ ବିବାଦ ସୃଷ୍ଟି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ନାଗପୁରସ୍ଥିତ ସଂଘ ମୁଖ୍ୟାଳୟରେ ସଂଘ ଶିକ୍ଷା ବର୍ଗ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗ ଦେବା ନେଇ ତର୍କ ବିତର୍କ ଲାଗି ରହିଥିବା ବେଳେ ସବୁ କଳ୍ପନା ଜଳ୍ପନାର ଅନ୍ତ କରି ମୁଖାର୍ଜୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଘ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମୋହନ ଭାଗବତ। ଦୁହେଁ ଏକାଠି ଚା ପାନ କରିବା ପରେ ଉଭୟଙ୍କ ମଧ୍ୟରେ କିଛି ସମୟରେ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରତିଷ୍ଠାତା ହେଗଡ଼େଓ୍ୱରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଣବ ମୁଖାର୍ଜୀ  ।

Related story