ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଲୋଧି ରୋଡ ସ୍ଥିତ ଶ୍ମଶାନ ଘାଟରେ ତାଙ୍କୁ ରାଜକୀୟ ସମ୍ମାନ ସହିତ ବିଦାୟୀ ଦିଆଯାଇଛି। ପୁଅ ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନୀ ଦେଇଥିଲେ। କରୋନା ମହାମାରୀ ପାଇଁ ଉଭୟ ଅଭିଜିତ ଏବଂ ପରିବାର ଲୋକେ ପିପିଏ କିଟ୍ ପିନ୍ଧିଥିବାର ନଜର ଆସିଥିଲେ। #WATCH Delhi: Former President #PranabMukherjee laid to rest with full military honours. His last rites were performed at […]

PRANAB

Subhransu Sekhar
  • Published: Tuesday, 01 September 2020
  • , Updated: 01 September 2020, 02:51 PM IST

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଲୋଧି ରୋଡ ସ୍ଥିତ ଶ୍ମଶାନ ଘାଟରେ ତାଙ୍କୁ ରାଜକୀୟ ସମ୍ମାନ ସହିତ ବିଦାୟୀ ଦିଆଯାଇଛି। ପୁଅ ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନୀ ଦେଇଥିଲେ। କରୋନା ମହାମାରୀ ପାଇଁ ଉଭୟ ଅଭିଜିତ ଏବଂ ପରିବାର ଲୋକେ ପିପିଏ କିଟ୍ ପିନ୍ଧିଥିବାର ନଜର ଆସିଥିଲେ।

https://twitter.com/ANI/status/1300713804758568962

ଅନ୍ୟେଷ୍ଟି ପୂର୍ବରୁ ପ୍ରଣବଙ୍କ ପ୍ରାର୍ଥୀବ ଶରୀରକୁ ତାଙ୍କ ସରକାରୀ ବାସଭବନ ୧୦ ରାଜଜୀ ମାର୍ଗରେ ରଖାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗତକାଲି ତାଙ୍କର ବିୟୋଗ ହୋଇଥିଲା। ଅଗଷ୍ଟ ୧୦ ତାରିଖରୁ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବ୍ରେନ ସର୍ଜରୀ ପରେ ଭେଣ୍ଟିଲେଟରରେ ଥିଲେ ପ୍ରଣବ ମୁଖାର୍ଜୀ। ଏଥିସହିତ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ପ୍ରଣବ ଦା’ଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

Related story