ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନିକ ରହିଛି। ତେବେ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ରହିଛି। ରବିବାର ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ୮୪ ବର୍ଷୀୟ ଭାରତରତ୍ନ ମୁଖାର୍ଜୀ ଏବେ ଭେଣ୍ଟିଲେଟରରେ ଅଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ରକ୍ତଚାପ ଏବଂ ହୃଦସ୍ପନ୍ଦନ ଆଦିର ଚେକଅପ୍ କରୁଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ପ୍ରଣବ ମୂଖାର୍ଜୀଙ୍କୁ […]

pranab_mukherjee

Subhransu Sekhar
  • Published: Sunday, 30 August 2020
  • , Updated: 30 August 2020, 05:59 PM IST

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନିକ ରହିଛି। ତେବେ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ରହିଛି। ରବିବାର ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ୮୪ ବର୍ଷୀୟ ଭାରତରତ୍ନ ମୁଖାର୍ଜୀ ଏବେ ଭେଣ୍ଟିଲେଟରରେ ଅଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ରକ୍ତଚାପ ଏବଂ ହୃଦସ୍ପନ୍ଦନ ଆଦିର ଚେକଅପ୍ କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ପ୍ରଣବ ମୂଖାର୍ଜୀଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବାରୁ ଡାକ୍ତର ଅପରେସନ କରିଥିଲେ। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମୟରେ ପ୍ରଣବ ମୂଖାର୍ଜୀ କୋରାନୋରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କ ଫୁସଫୁସ କରୋନାରେ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ତାଙ୍କ କିଡନୀ ମଧ୍ୟ ଠିକ୍ ଭାବରେ କାମ କରୁନଥିବା ଜଣାପଡ଼ିଛି। ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ମୁଖାର୍ଜୀ ଦେଶର ୧୩ ତମ ରାଷ୍ଟ୍ରପତି ଥିଲେ।

Related story