ପ୍ରସ୍ତାବିତ ଜିଏସଟିର ବିବାଦୀୟ ପ୍ରସଙ୍ଗକୁ ନେଇ ଆଜି ନୂଆଦିଲ୍ଲୀରେ ବସିବ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଗୁଡସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ (ଜିଏସଟି) ଉପରେ ଆଲୋଚନା ପାଇଁ ଆଜି ନୂଆଦିଲ୍ଲୀରେ ଏକ  ଉଚ୍ଚସ୍ତରୀୟ ବୈଠକ ବସିବ।  ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ରାଜ୍ୟ ଅର୍ଥ ବିଭାଗ ଅଧିକାରୀମାନେ ଯୋଗଦେବେ। ପ୍ରସ୍ତାବିତ ଜିଏସଟିକୁ ନେଇ ରହିଥିବା ବିବାଦୀୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯିବ। ବିଶେଷ କରି ବିଜିନେସ୍ ପ୍ରସେସେସ୍ ଅନ୍ ଜିଏସଟି ରେଜିଷ୍ଟ୍ରେସନ, ରିଫଣ୍ଡସ ଆଣ୍ଡ ପେମେଣ୍ଟ ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଏସଟି ସମ୍ପର୍କୀତ ପାର୍ଲାମେଣ୍ଟାରୀ […]

dilhi

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 08:28 AM IST

ନୂଆଦିଲ୍ଲୀ: ଗୁଡସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ (ଜିଏସଟି) ଉପରେ ଆଲୋଚନା ପାଇଁ ଆଜି ନୂଆଦିଲ୍ଲୀରେ ଏକ  ଉଚ୍ଚସ୍ତରୀୟ ବୈଠକ ବସିବ।  ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ରାଜ୍ୟ ଅର୍ଥ ବିଭାଗ ଅଧିକାରୀମାନେ ଯୋଗଦେବେ। ପ୍ରସ୍ତାବିତ ଜିଏସଟିକୁ ନେଇ ରହିଥିବା ବିବାଦୀୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯିବ। ବିଶେଷ କରି ବିଜିନେସ୍ ପ୍ରସେସେସ୍ ଅନ୍ ଜିଏସଟି ରେଜିଷ୍ଟ୍ରେସନ, ରିଫଣ୍ଡସ ଆଣ୍ଡ ପେମେଣ୍ଟ ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଏସଟି ସମ୍ପର୍କୀତ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିର କଂଗ୍ରେସ ସଦସ୍ୟମାନେ ଉଠାଇଥିବା ୮ଦଫା ଆପତ୍ତି ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ଅଛି। କମିଟି ଗତ ମେ’ ମାସରୁ ଜିଏସଟି ବିଲ୍ ଉପରେ ନିଜର ରିପୋର୍ଟ ପାର୍ଲାମେଣ୍ଟକୁ ଦେଇସାରିଛି। ଆଗାମୀ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଜିଏସଟି ବିଲ୍ ରାଜ୍ୟସଭାରେ ପାସ୍ କରାଇବା ଯୋଜନାରେ ଅଛନ୍ତି। ୨୦୧୬ ଏପ୍ରିଲ ପହିଲାରୁ ଜିଏସଟି ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଏହି ବିଲ୍ ପାସ୍ କରାଇବା ଲାଗି ଆଗାମୀ ଶୀତ ଅଧିବେଶନ ସରକାରଙ୍କ ପାଇଁ ଶେଷ ସୁଯୋଗ ହେବ।

 

 

Related story