ବିଜେପି-ଜେଡିୟୁ ପ୍ରମୁଖ ନେତାଙ୍କ ମଧ୍ୟରେ ତେଜୁଛି ବାକଯୁଦ୍ଧ, ଭାଙ୍ଗିଯିବ କି ମେଣ୍ଟ?

ପାଟନା: ୨୦୨୧ରେ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜ୍ୟରେ ମେଣ୍ଟରେ ଥିବା ବିଜେପି-ଜେଡିୟୁ ମଧ୍ୟରେ ବାକ୍ ଯୁଦ୍ଧ ତେଜିଛି। ନାରଗିକତା ସଂଶୋଧନ ଆଇନ୍ ଏବଂ ଏନଆରସିକୁ ବିରୋଧ କରୁଥିବା ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋକଙ୍କ ମନ୍ତବ୍ୟକୁ ନେଇ ଦୁଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଛି। ଅନ୍ୟପଟେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ସବୁ ଠିକ୍ ଠାକ୍ ଅଛି। ବିହାରରେ ବିଧାନସଭା ନିର୍ବାଚନ ବେଳେ ଜେଡିୟୁ ବିଜେପି ତୁଳନାରେ ଅଧିକାଂଶ […]

PK SM NITISH

PK SM NITISH

Subhransu Sekhar
  • Published: Tuesday, 31 December 2019
  • Updated: 31 December 2019, 01:46 PM IST

Sports

Latest News

ପାଟନା: ୨୦୨୧ରେ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜ୍ୟରେ ମେଣ୍ଟରେ ଥିବା ବିଜେପି-ଜେଡିୟୁ ମଧ୍ୟରେ ବାକ୍ ଯୁଦ୍ଧ ତେଜିଛି। ନାରଗିକତା ସଂଶୋଧନ ଆଇନ୍ ଏବଂ ଏନଆରସିକୁ ବିରୋଧ କରୁଥିବା ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋକଙ୍କ ମନ୍ତବ୍ୟକୁ ନେଇ ଦୁଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଛି। ଅନ୍ୟପଟେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ସବୁ ଠିକ୍ ଠାକ୍ ଅଛି।

ବିହାରରେ ବିଧାନସଭା ନିର୍ବାଚନ ବେଳେ ଜେଡିୟୁ ବିଜେପି ତୁଳନାରେ ଅଧିକାଂଶ ଆସନରେ ନିର୍ବାଚନ ଲଢ଼ିବା ଦରକାର। ପ୍ରଶାନ୍ତ କିଶୋର ଟୁଇଟ୍ କରି କହିଥିଲେ। ଏହାପରେ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପିର ପ୍ରମୁଖ ନେତା ସୁଶୀଲ ମୋଦି ଟୁଇଟ୍ କରି ପ୍ରଶାନ୍ତଙ୍କ ନା ନନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି। ଦେଶରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଗାଦିଚ୍ୟୁତ ହୋଇଛି। ଏହାକୁ ଲକ୍ଷ୍ୟ ରଖି ବିହାରରେ ଜେଡିୟୁ ଅଧିକ ଆସନରେ ନିର୍ବାଚନ ଲଢ଼ିବା ଦରକାର ବୋଲି ଚିନ୍ତା କରି ପ୍ରଶାନ୍ତ କିଶୋର ଏଭଳି କହିଥିବା ଚର୍ଚ୍ଚା ହେଉଛି।

ସୁଶୀଲ କହିଥିଲେ, 'ରାଜନୀତିକ ବିଚାରଧାରା ବ୍ୟକ୍ତି ବଦଳରେ ନିର୍ବାଚନୀ ଡାଟାକୁ ଏକତ୍ରିତ କରୁଥିବା ବ୍ୟକ୍ତି ଏବଂ ନାରା ତିଆରି କରୁଥିବା ବ୍ୟକ୍ତି ରାଜନୀତିକୁ ଆସିଛନ୍ତି। ମେଣ୍ଟ ବିରୋଧରେ ଫାଟ ସୃଷ୍ଟି କରି ବିରୋଧୀ ମେଣ୍ଟକୁ ଶକ୍ତିଶାଳୀ କରିବା ପାଇଁ କାମ କରୁଛନ୍ତି'।

ଏବେ ପ୍ରଶାନ୍ତ କିଶୋର ଟୁଇଟ୍ କରି ସୁଶୀଲ ମୋଦିଙ୍କୁ ଟ୍ୟାଗ କରି କହିଛନ୍ତି, ୨୦୧୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ହାରିଥିଲା। ପରେ ମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ସହଯୋଗରେ ବିଜେପି ସରକାର ଗଢ଼ିଛି। ପରିସ୍ଥିତିରେ ପଡ଼ି ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ଏବେ ସୁଶୀଲ ମୋଦି ନିଜ ରାଜନୀତିକ ବିଚାରଧାରାକୁ ଗୁରୁତ୍ୱ ଦିଅନ୍ତୁ ବୋଲି ପ୍ରଶାନ୍ତ କହିଛନ୍ତି।

ସିଟ୍ ଶେୟାରିଂ ନେଇ ପ୍ରଶାନ୍ତଙ୍କ ମନ୍ତବ୍ୟ ଉପରେ ମଧ୍ୟ ବିଜେପି ନେତା ନୀତୀନ ନବୀନ ଗତକାଲି କହିଥିଲେ, “ବିଜେପି ସର୍ବଦା ୫୦:୫୦ ଫର୍ମୁଲାକୁ ଗୁରୁତ୍ୱ ଦେଇ ଆସିଛି। ନିର୍ବାଚନ ବେଳେ ଆସନ ବାବଦରେ ଦୁଇ ଦଳର ହାଇକମାଣ୍ଡ ନେବେ। ପ୍ରଶାନ୍ତ କିଶୋର କାହିଁକି ମୁଣ୍ଡ ଖେଳାଉଛନ୍ତି?”

ଲୋକସଭା ନିର୍ବାଚନ ବେଳେ ବିଜେପି ଓ ଜେଡିୟୁ ସମାନ ଆସନରେ ନିର୍ବାଚନ ଲଢ଼ିଥିଲେ। ଜେଡିୟୁ ୧୭ଟି ଆସନରେ ଲଢ଼ିଥିବା ବେଳେ ୧୬ଟିରେ ଜିତିଥିଲା। ବିଜେପି ୧୭ଟି ଆସନରୁ ୧୭ଟି ଯାକରେ ବିଜୟୀ ହୋଇଥିଲା।

ପ୍ରଶାନ୍ତ କିଶୋର ହେଉଛନ୍ତି ଦେଶର ଜଣାଶୁଣା ନିର୍ବାଚନ ରଣନୀତି ବିଶେଷଜ୍ଞ। ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପିର ପ୍ରଚାର ଦାୟିତ୍ୱ ନେଇଥିଲେ ପ୍ରଶାନ୍ତ କିଶୋର। ଏହି ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିଲା। ୨୦୧୫ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ୨୦୧୭ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପାଇଁ ପ୍ରଚାର କରି ଜେଡିୟୁ ଓ କଂଗ୍ରେସକୁ ବିଜୟୀ କରାଇଥିଲେ ପ୍ରଶାନ୍ତ କିଶୋର।

ନିକଟରେ ଆନ୍ଧ୍ର ପ୍ରଦେଶର ଓ୍ୱାଇଏସଆର କଂଗ୍ରେସର ପ୍ରଚାର ଦାୟିତ୍ୱ ନେଇ ବିଧାନସଭା ନିର୍ବାଚନରେ ବିଜୟୀ କରାଇଥିଲେ ପ୍ରଶାନ୍ତ କିଶୋର। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଶିବସେନାର ପ୍ରଚାର ଦାୟିତ୍ୱ ପ୍ରଶାନ୍ତ କିଶୋର ନେଇଥିଲେ। ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଓ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ବୋଲି ଦାୟିତ୍ୱ ନେଇଛନ୍ତି।

ଏବେ ଏହି ସମସ୍ତ ଦଳ କେନ୍ଦ୍ରର ନାଗରିକତା ସଂଶୋଧନ ଆଇନ ଓ ଏନପିଆରକୁ ବିରୋଧ କରୁଛନ୍ତି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କିନ୍ତୁ ସିଏଏକୁ ସମର୍ଥନ କରିଛନ୍ତି। ନାଗରିକ ସଂଶୋଧନ ସଂସଦରେ ଗୃହୀତ ହେବା ବେଳେ ଜେଡିୟୁ ସାଂସଦ କେନ୍ଦ୍ର ସପକ୍ଷରେ ଭୋଟ୍ ଦେଇଥିଲେ। ଜେଡିୟୁର ଅନେକ ନେତା ମଧ୍ୟ ପ୍ରଶାନ୍ତଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story