ମମତାଙ୍କୁ ପ୍ରଶାନ୍ତ କିଶୋରଙ୍କ ସହଯୋଗ ବିଜେପି-ଜେଡିୟୁ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ: ନୀତୀଶ କୁମାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ଆଗାମୀ ବିଧାନସଭା ନିର୍ବାଚନରେ ପଲିଟିକାଲ ଷ୍ଟ୍ରାଟେଜିସ୍ଟ ତଥା ବିହାର ଜନତା ଦଳ ୟୁନାଇଟେଡର ଉପସଭାପତି ପ୍ରଶାନ୍ତ କିଶୋର ସହଯୋଗ କରିବାକୁ ଯାଉଛନ୍ତି। ଜେଡିୟୁ ଏନଡିଏରେ ସାମିଲ ଥିବା ବେଳେ ଏନଡିଏର ପ୍ରମୁଖ ବିରୋଧୀ ଟିଏମସିକୁ ପ୍ରଶାନ୍ତ କିଶୋର ସହଯୋଗ କରିବା ଆଗାମୀ ଦିନରେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି କରିପାରେ। ଆଜି ଏକଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର। ଉଭୟ […]

nitish kumar

Subhransu Sekhar
  • Published: Saturday, 08 June 2019
  • , Updated: 08 June 2019, 08:31 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ଆଗାମୀ ବିଧାନସଭା ନିର୍ବାଚନରେ ପଲିଟିକାଲ ଷ୍ଟ୍ରାଟେଜିସ୍ଟ ତଥା ବିହାର ଜନତା ଦଳ ୟୁନାଇଟେଡର ଉପସଭାପତି ପ୍ରଶାନ୍ତ କିଶୋର ସହଯୋଗ କରିବାକୁ ଯାଉଛନ୍ତି। ଜେଡିୟୁ ଏନଡିଏରେ ସାମିଲ ଥିବା ବେଳେ ଏନଡିଏର ପ୍ରମୁଖ ବିରୋଧୀ ଟିଏମସିକୁ ପ୍ରଶାନ୍ତ କିଶୋର ସହଯୋଗ କରିବା ଆଗାମୀ ଦିନରେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି କରିପାରେ। ଆଜି ଏକଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର।

ଉଭୟ ଦଳ ରାଜ୍ୟ ଓ କେନ୍ଦ୍ରରେ ପରସ୍ପର ସହ ମେଣ୍ଟରେ ରହିଛନ୍ତି। ଏଭଳି ସ୍ଥିତିରେ ବିଜେପିର ଘୋର ବିରୋଧୀ ହୋଇପଡ଼ିଥିବା ମମତାଙ୍କୁ ପ୍ରଶାନ୍ତ କିଶୋର ସହଯୋଗ କରିବାକୁ ନେଇ ବିଜେପି ଆପତ୍ତି ଉଠାଇଛି କି ବୋଲି ନୀତୀଶ କୁମାରଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଜବାବରେ ନୀତୀଶ କହିଛନ୍ତି ଆସନ୍ତାକାଲି ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ। ଏହି ବୈଠକରେ ପ୍ରଶାନ୍ତ କିଶୋର ଏ ବାବଦରେ ମତ ରଖିବେ। ପ୍ରଶାନ୍ତ ଜେଡିୟୁର ଉପସଭାପତି ରହିବା ସହିତ ନିଜର ଏକ କନ୍ସଲଟାନସି ସଂସ୍ଥା ଚଳାଉଛନ୍ତି। ଏନେଇ ଦଳର ଆପତ୍ତି ନାହିଁ ବୋଲି ନୀତୀଶ କହିଛନ୍ତି।

Related story