ରାଜନୀତିକ ଷ୍ଟ୍ରାଟେଜିଷ୍ଟ ଭାବେ ଅମିତ ଶାହ ପ୍ରିନସିପାଲ, ପ୍ରଶାନ୍ତ କିଶୋର ଛାତ୍ର: ବିଜେପି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତିକ ଷ୍ଟ୍ରାଟେଜିଷ୍ଟ ଭାବେ ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତ କରିଛନ୍ତି। ଏବେ ଏହାକୁ ନେଇ ବିଜେପି ନେତା ପ୍ରତିକ୍ରିୟା ରଖିଛନ୍ତି। ଦଳର ସଭାପତି ଅମିତ ଶାହଙ୍କ ତୁଳନାରେ ପ୍ରଶାନ୍ତ କିଶୋର ସେଭଳି ବଡ଼ ରଜାନୀତିକ ଷ୍ଟ୍ରାଟେଜିଷ୍ଟ ନୁହନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟଭରଗିୟା କହିଛନ୍ତି। ଗୁରୁବାର ଦିନ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କୁ ଭେଟିଥିଲେ। ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ […]

PRASHANT KISHORE AMIT SAHA

Subhransu Sekhar
  • Published: Sunday, 09 June 2019
  • , Updated: 09 June 2019, 04:14 PM IST
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତିକ ଷ୍ଟ୍ରାଟେଜିଷ୍ଟ ଭାବେ ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତ କରିଛନ୍ତି। ଏବେ ଏହାକୁ ନେଇ ବିଜେପି ନେତା ପ୍ରତିକ୍ରିୟା ରଖିଛନ୍ତି। ଦଳର ସଭାପତି ଅମିତ ଶାହଙ୍କ ତୁଳନାରେ ପ୍ରଶାନ୍ତ କିଶୋର ସେଭଳି ବଡ଼ ରଜାନୀତିକ ଷ୍ଟ୍ରାଟେଜିଷ୍ଟ ନୁହନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟଭରଗିୟା କହିଛନ୍ତି।

ଗୁରୁବାର ଦିନ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କୁ ଭେଟିଥିଲେ। ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ପାଇଁ ତାଙ୍କ ସଂସ୍ଥା କାମ କରିବ ବୋଲି ଜଣାପଡ଼ିଛି।

ଟିଏମସି ପଶ୍ଚିମବଙ୍ଗ ବାସୀଙ୍କ ଆସ୍ଥା ହରାଇସାରିଛି। ଏବେ କୌଣସି ରାଜନୀତିକ ଷ୍ଟ୍ରାଟେଜିଷ୍ଟ ଟିଏମସିକୁ ବିପର୍ଯ୍ୟୟରୁ ରକ୍ଷା କରିପାରିବେନି ବୋଲି ସେ କହିଛନ୍ତି। ବିଜେପି ସଭାପତି ରାଜନୀତିକ ଷ୍ଟ୍ରାଟେଜି ସ୍କୁଲର ପ୍ରିନ୍ସିପାଲ, ପ୍ରଶାନ୍ତ କିଶୋର ସେହି ସ୍କୁଲର ଛାତ୍ର ବୋଲି ବିଜେପି ନେତା କୈଲାଶ ବିଜୟଭରଗିୟା କହିଛନ୍ତି।

ସୂଚନାଯୋଗ୍ୟ ଯେ ନିକଟରେ ଆନ୍ଧ୍ରପ୍ରଦେଶରେ ହୋଇଥିବା ବିଧାନସଭା ଓ ସାଧାରଣ ନିର୍ବାଚନ ବେଳେ ଓ୍ୱାଇଏସଆର କଂଗ୍ରେସ ପାଇଁ ପ୍ରଶାନ୍ତ କିଶୋରଙ୍କ ଟିମ୍ କାମ କରିଥିଲା। ଫଳରେ ଜଗନ୍ ରେଡ୍ଡୀଙ୍କ ଓ୍ୱାଇଏସଆର କଂଗ୍ରେସ ୧୫୧ ବିଧାନସଭା ଆସନରେ ଏବଂ ୨୨ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା।

ଏହା ପୂର୍ବରୁ ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସେତେବେଳର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଶାନ୍ତ କିଶୋରଙ୍କ ଟିମ୍ କାମ କରିଥିଲେ। ଏହାପରେ ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଶାନ୍ତ କିଶୋର ବିଜେପି ପାଇଁ କାମ କରିଥିଲେ। କିନ୍ତୁ ୨୦୧୭ର ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ତାଙ୍କ ସଂସ୍ଥା କାମ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା।

Related story