ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ଘଟଣା: ବୟଫ୍ରେଣ୍ଡ୍ ରାହୁଲଙ୍କୁ ପୋଲିସ୍‌ର ପଚରାଉଚରା

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ର ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ମୃତ୍ୟୁକୁ ପ୍ରସଙ୍ଗରେ ପୋଲିସ୍  ତାଙ୍କ ବୟଫ୍ରେଣ୍ଡ ରାହୁଲ ସିଂହଙ୍କୁ ପଚରାଉଚରା କରିଛି। ପ୍ରତ୍ୟୁଷାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ପୋଲିସ୍ ଯାଞ୍ଚ କରିଛି। ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ୍ ସନ୍ଦେହ କରୁଥିବା ବେଳେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପ୍ରତ୍ୟୁଷାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରତ୍ୟୁଷାଙ୍କ ବାପା, ମା  ଆଜି ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ‘ବାଳିକା ବଧୂ’  ଧାରାବାହିକରେ ‘ଆନନ୍ଦୀ’ ଚରିତ୍ରରେ ଅଭିନୟ କରୁଥିଲେ […]

pratyusha-

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 09:51 AM IST

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ର ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ମୃତ୍ୟୁକୁ ପ୍ରସଙ୍ଗରେ ପୋଲିସ୍  ତାଙ୍କ ବୟଫ୍ରେଣ୍ଡ ରାହୁଲ ସିଂହଙ୍କୁ ପଚରାଉଚରା କରିଛି। ପ୍ରତ୍ୟୁଷାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ପୋଲିସ୍ ଯାଞ୍ଚ କରିଛି। ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ୍ ସନ୍ଦେହ କରୁଥିବା ବେଳେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପ୍ରତ୍ୟୁଷାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରତ୍ୟୁଷାଙ୍କ ବାପା, ମା  ଆଜି ମୁମ୍ବାଇରେ ଆସି ପହଞ୍ଚିଛନ୍ତି।

‘ବାଳିକା ବଧୂ’  ଧାରାବାହିକରେ ‘ଆନନ୍ଦୀ’ ଚରିତ୍ରରେ ଅଭିନୟ କରୁଥିଲେ ୨୪ ବର୍ଷିୟା ପ୍ରତ୍ୟୁଷା। ମୁମ୍ବାଇ ସ୍ଥିତ ବାସଭବନରେ ସେ ଗତକାଲି  ଆତ୍ମହତ୍ୟା କରିଥିଲେ।

ରାହୁଲ ହିଁ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ସଂପର୍କରେ ପ୍ରଥମେ ପୋଲିସ୍‌କୁ ସୂଚନା ଦେଇଥିଲେ। ରାହୁଲଙ୍କ ସହିତ ସେ ବିବାହ କରିବାକୁ ସ୍ଥିର କରି ଥିଲେ। ତେବେ ରାହୁଲ ତାଙ୍କୁ ଧୋକା ଦେଇଥିବା ଚର୍ଚ୍ଚା ହେଉଥିଲା।

Related story