ଦୀର୍ଘ ୬୫ ବର୍ଷ ପରେ ଏପ୍ରିଲ୍-ମେ ମାସରେ ସବୁଠୁ କମ୍ ବର୍ଷା

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଦେଶ। ଅପେକ୍ଷା କେବେ ଆସିବ ମୌସୁମୀ। ଜୁନ ୬ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହେବାକୁ ଆହୁରି ୧୦ ଦିନ ଲାଗିବ ବୋଲି ପାଣିପାଗ ବିଭାଗ କହିଛି। ସ୍କାଏମେଟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୌସୁମୀ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ କମିଯିବ। କିନ୍ତୁ ୧୦ ଦିନ ପରେ ମୌସୁମୀ ନିଜ ସ୍ଥିତି ଜାହିର […]

moonsoon-..........

moonsoon-..........

Subhransu Sekhar
  • Published: Sunday, 02 June 2019
  • Updated: 02 June 2019, 02:34 PM IST

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଦେଶ। ଅପେକ୍ଷା କେବେ ଆସିବ ମୌସୁମୀ। ଜୁନ ୬ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହେବାକୁ ଆହୁରି ୧୦ ଦିନ ଲାଗିବ ବୋଲି ପାଣିପାଗ ବିଭାଗ କହିଛି।

ସ୍କାଏମେଟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୌସୁମୀ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ କମିଯିବ। କିନ୍ତୁ ୧୦ ଦିନ ପରେ ମୌସୁମୀ ନିଜ ସ୍ଥିତି ଜାହିର କରିବ। କିନ୍ତୁ ପଶ୍ଚିମ ତଟରେ ମୌସୁମୀର ସ୍ଥିତି ଯଦି ଭଲ ରୁହେ ତାହାଲେ ମୌସୁମୀ ସ୍ଥଳ ଭାଗ ଛୁଇଁବାକୁ ବିଳମ୍ୱ ହେବ ନାହିଁ ବୋଲି କୁହାଯାଇଛି। ତେବେ ଦକ୍ଷିଣ ପୂର୍ବ ଆରବ ସାଗରରେ ପାଣିପାଗର ସ୍ଥିତି ଉପରେ ଚଳିତ ମୌସୁମୀର ସକ୍ରିୟତା ସମ୍ପୂର୍ଣ୍ଣ ନିର୍ଭର କରୁଛି ବୋଲି କହିଛନ୍ତି ସ୍କାଏମେଟ ପାଣିପାଗ ବିଭାଗର ବୈଜ୍ଞାନିକ ମହେଶ ପାଲାଓ୍ୱତ୍।

ସୂଚନାଯୋଗ୍ୟ ଯେ ମୌସୁମୀ ଛୁଇଁବା ପୂର୍ବରୁ ଯେଉଁ ବର୍ଷା ହୁଏ ଚଳିତଥର ତାହା ୧୯୫୪ ମସିହା ପରେ ସବୁଠାରୁ କମ୍ ବୋଲି ଜଣାପଡ଼ିଛି। ୧୯୫୪ ମସିହାରେ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସରେ ମାତ୍ର ୯୩.୯ ମିଲିମିଟର ବର୍ଷା ହୋଇଥିଲା। ଚଳିତଥର ସେହିଁ ଅବଧିରେ ୯୯ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos