ଆସିଛି ଜିଓଠୁ ବି ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ: ଏୟାରଟେଲ୍‌ ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏବେ ଏୟାରଟେଲ ଆଣିଛି ଜିଓଠୁ ବି ଶସ୍ତା ୧୪୯ ଟଙ୍କିଆ ପ୍ଲାନ୍। ଏହି ପ୍ଲାନ୍ ଅନୁଯାୟୀ ବ୍ୟବହାରକରୀଙ୍କୁ ଦୈନିକ ୨ଜିବି ଡାଟା ମିଳିବ।  ଅର୍ଥାତ୍ ମାତ୍ର ୧୪୯ ଟଙ୍କାରେ ମିଳିବ ୫୬ଜିବି  ଡାଟା। ସୂଚନା ଅନୁଯାୟୀ ଏହାର ପୂର୍ବ ପ୍ଲାନଗୁଡ଼ିକରେ ୧ ଜିବି ଡାଟା ଦିଆଯାଉଥିଲା। ଏବେ ଏଥିରେ ୨ ଜିବି ଡାଟା ସହ ଅନ୍‌ଲିମିଟେଡ୍ ଲୋକାଲ ଓ ନ୍ୟାସନାଲ ଭଏସ୍‌ କଲିଂ ଓ ଦୈନିକ ୧୦୦ଟି ଫ୍ରି […]

net

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 02:46 PM IST

ନୂଆଦିଲ୍ଲୀ: ଏୟାରଟେଲ୍‌ ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏବେ ଏୟାରଟେଲ ଆଣିଛି ଜିଓଠୁ ବି ଶସ୍ତା ୧୪୯ ଟଙ୍କିଆ ପ୍ଲାନ୍। ଏହି ପ୍ଲାନ୍ ଅନୁଯାୟୀ ବ୍ୟବହାରକରୀଙ୍କୁ ଦୈନିକ ୨ଜିବି ଡାଟା ମିଳିବ।  ଅର୍ଥାତ୍ ମାତ୍ର ୧୪୯ ଟଙ୍କାରେ ମିଳିବ ୫୬ଜିବି  ଡାଟା।

ସୂଚନା ଅନୁଯାୟୀ ଏହାର ପୂର୍ବ ପ୍ଲାନଗୁଡ଼ିକରେ ୧ ଜିବି ଡାଟା ଦିଆଯାଉଥିଲା। ଏବେ ଏଥିରେ ୨ ଜିବି ଡାଟା ସହ ଅନ୍‌ଲିମିଟେଡ୍ ଲୋକାଲ ଓ ନ୍ୟାସନାଲ ଭଏସ୍‌ କଲିଂ ଓ ଦୈନିକ ୧୦୦ଟି ଫ୍ରି ମେସେଜ୍ ଦିଆଯିବ। ଏହି ପ୍ୟାକ୍‌ଟି ବର୍ତ୍ତମାନ କିଛି ସ୍ଥାନର ଲୋକଙ୍କୁ ଦିଆଯିବ। କିଛି ଦିନ ପରେ ଏହା ସମସ୍ତ ସର୍କଲରେ ଉପଲବ୍ଧ ହେବ।

ରିଲାଏନ୍ସ ଜିଓର ୧୪୯ ଟଙ୍କିଆ ପ୍ଲାନରେ ଆପଣଙ୍କୁ  ୪୨ ଜିବି ଡାଟା ମିଳିବ। କିନ୍ତୁ ଏୟାରଟେଲରେ  ଏହା ୨୮ ଦିନ ଯାଏଁ ଦୈନିକ ୨ଜିବି ଡାଟା ଦେବ। ଅର୍ଥାତ୍ ୧୪୯ ଟଙ୍କାରେ ଆପଣଙ୍କୁ ୫୬ ଜିବି ଡାଟା ମିଳିବ, ଯାହା ଜିଓଠାରୁ ଯଥେଷ୍ଟ ଅଧିକ।

ଆଉ ଏକ ଫାଇଦା ହେଉଛି, ଜିଓ କେବଳ ୪ଜି ଡାଟା ଦେଉଥିବାବେଳେ ଏୟାରଟେଲ୍‌ ଉପଲବ୍ଧତା ଅନୁୟାୟୀ ୨ଜି, ୩ଜି ଓ ୪ଜି ଡାଟା ଦେଇଥାଏ। ଏବେ ଭାରତର ଅନେକ ଏପରି ଜାଗା ଅଛି ଯେଉଁଠି ୪ଜି ନେଟୱାର୍କ ଆସୁନାହିଁ। ତେଣୁ ସେପରି ସ୍ଥାନଗୁଡ଼ିକ ପାଇଁ ଏୟାରଟେଲ୍‌ ଫାଇଦାରେ ରହିବ।

Related story