କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବିଧିବଦ୍ଧ ଭାବେ ନିଯୁକ୍ତି ଦେଇଛନ୍ତି। ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟି ମୋଟ ୭୦ଟି ଆସନରୁ ୬୨ଟି ଜିତିନେଇଛି। ଅନ୍ୟ ୮ଟି ଆସନ ବିଜେପି ଭାଗ୍ୟରେ ପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ପୂର୍ବଥର ପରି ଏଥର ମଧ୍ୟ ‘ଶୂନ’ ରେକର୍ଡ ବଜାୟ ରଖିଛି। ଗତ ୮ ତାରିଖରେ ଅନୁଷ୍ଠିତ ଏହି ନିର୍ବାଚନର ଫଳାଫଳ ୧୧ ତାରିଖରେ ଆସିଥିଲା। ତେବେ […]

Kjriwal

Subrat Kumar Nayak
  • Published: Friday, 14 February 2020
  • , Updated: 14 February 2020, 09:48 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବିଧିବଦ୍ଧ ଭାବେ ନିଯୁକ୍ତି ଦେଇଛନ୍ତି।

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟି ମୋଟ ୭୦ଟି ଆସନରୁ ୬୨ଟି ଜିତିନେଇଛି। ଅନ୍ୟ ୮ଟି ଆସନ ବିଜେପି ଭାଗ୍ୟରେ ପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ପୂର୍ବଥର ପରି ଏଥର ମଧ୍ୟ ‘ଶୂନ’ ରେକର୍ଡ ବଜାୟ ରଖିଛି। ଗତ ୮ ତାରିଖରେ ଅନୁଷ୍ଠିତ ଏହି ନିର୍ବାଚନର ଫଳାଫଳ ୧୧ ତାରିଖରେ ଆସିଥିଲା।

ତେବେ ରାଷ୍ଟ୍ରପତି ଆଜି ନିୟମ ମୁତାବକ ପ୍ରକ୍ରିୟା ପୂରଣ କରିବା ପରେ ଶପଥ ଗ୍ରହଣ ଉତ୍ସବକୁ ବିଧିବଦ୍ଧ ଅନୁମତି ମିଳିଯାଇଛି। ଆସନ୍ତା ରବିବାର ବା ୧୬ ତାରିଖରେ ରାମଲୀଲା ମୈଦାନରେ କେଜ୍ରିୱାଲ ୬ ଜଣ ମନ୍ତ୍ରୀଙ୍କ ସହ ଶପଥ ନେବେ। ତାଙ୍କ ସହ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍‌, ଗୋପାଲ ରାୟ, କୈଲାସ ଗେହଲଟ୍‌, ଇମ୍ରାନ୍‌ ହୁସେନ୍‌ ଏବଂ ରାଜେନ୍ଦ୍ର ଗୌତମ ଶପଥ ନେବେ।

Related story