୭୨ ବର୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ୭୨ ବର୍ଷରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୯୪୫ ମସିହା ଅକ୍ଟୋବର ୧ ତାରିଖରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ପରୌଖ ଗାଁରେ ସେ ଜନ୍ମ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ରାଷ୍ଟ୍ରପତିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି,“ମୁଁ ସବୁବେଳେ ରାଷ୍ଟ୍ରପତି ମହୋଦୟଙ୍କୁ ୧୨୫ କୋଟି ଭାରତୀୟ ବିଶେଷ କରି ଗରୀବ ଓ […]

kovind

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 07:13 AM IST

ନୂଆଦିଲ୍ଲୀ: ୭୨ ବର୍ଷରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୯୪୫ ମସିହା ଅକ୍ଟୋବର ୧ ତାରିଖରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ପରୌଖ ଗାଁରେ ସେ ଜନ୍ମ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ରାଷ୍ଟ୍ରପତିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି,“ମୁଁ ସବୁବେଳେ ରାଷ୍ଟ୍ରପତି ମହୋଦୟଙ୍କୁ ୧୨୫ କୋଟି ଭାରତୀୟ ବିଶେଷ କରି ଗରୀବ ଓ ପଛୁଆ ବର୍ଗର ଲୋକଙ୍କ ପ୍ରତି ସମ୍ବେଦନଶୀଳ ଥିବା ଦେଖିବାକୁ ପାଇଛି। ସରଳ ଓ ଦୟାଳୁ ସ୍ୱଭାବ ଯୋଗୁଁ ସେ ସାରା ଦେଶର ପ୍ରିୟ ହୋଇପାରିଛନ୍ତି।”

ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ରାଷ୍ଟ୍ରପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସେ ରାଷ୍ଟ୍ରପତି ଭବନ ଯାଇ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

Related story