ଝିଆରୀ କହିଲେ ମୋ ଦାଦା ଡୋନାଲ୍ଡ ଟ୍ରମ୍ପ ଜଣେ 'ଅପରାଧୀ' ଓ 'ବିଶ୍ୱାସଘାତକ'

ଓ୍ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଆରୀ ମେରି ଟ୍ରମ୍ପ। ତାଙ୍କ ଦାଦା ଜଣେ ‘ଅପରାଧୀ’ ଏବଂ ‘ବିଶ୍ୱାସଘାତକ’। ହ୍ୱାଇଟ୍ ହାଉସ ଛାଡ଼ିବା ପରେ ତାଙ୍କୁ ଜେଲ୍ ପଠାଇବା ଦରକାର। ସାଇକୋଲଜିଷ୍ଟ ତଥା ଲେଖିକା ମେରି ଡୋନାଲ୍ଡ ଟ୍ରମ୍ପଙ୍କର ଜଣେ ସମାଲୋଚକ ଭାବରେ ଜଣାଶୁଣା। ଟ୍ରମ୍ପଙ୍କ ବଡ଼ ଭାଇ ଫ୍ରେଡ୍ ଟ୍ରମ୍ପର ଝିଅ ହେଉଛନ୍ତି ମେରୀ। ଆସୋସିଏଟେଡ୍ ପ୍ରେସ୍‌କୁ ସାକ୍ଷାତକାର ଦେବା ଅବସରରେ ମେରୀ କହିଛନ୍ତି ଯେ ଟ୍ରମ୍ପ […]

trump-mary

Subhransu Sekhar
  • Published: Saturday, 05 December 2020
  • , Updated: 05 December 2020, 01:57 PM IST

ଓ୍ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଆରୀ ମେରି ଟ୍ରମ୍ପ। ତାଙ୍କ ଦାଦା ଜଣେ ‘ଅପରାଧୀ’ ଏବଂ ‘ବିଶ୍ୱାସଘାତକ’। ହ୍ୱାଇଟ୍ ହାଉସ ଛାଡ଼ିବା ପରେ ତାଙ୍କୁ ଜେଲ୍ ପଠାଇବା ଦରକାର। ସାଇକୋଲଜିଷ୍ଟ ତଥା ଲେଖିକା ମେରି ଡୋନାଲ୍ଡ ଟ୍ରମ୍ପଙ୍କର ଜଣେ ସମାଲୋଚକ ଭାବରେ ଜଣାଶୁଣା। ଟ୍ରମ୍ପଙ୍କ ବଡ଼ ଭାଇ ଫ୍ରେଡ୍ ଟ୍ରମ୍ପର ଝିଅ ହେଉଛନ୍ତି ମେରୀ।

ଆସୋସିଏଟେଡ୍ ପ୍ରେସ୍‌କୁ ସାକ୍ଷାତକାର ଦେବା ଅବସରରେ ମେରୀ କହିଛନ୍ତି ଯେ ଟ୍ରମ୍ପ ବାରମ୍ୱାର କହୁଛନ୍ତି ଯେ ଆମେରିକା ଲୋକମାନେ କୌଣସିଭି ପରିସ୍ଥିତିକୁ ମୁକାବିଲା କରିପାରିବେ। ଆଉ ଆମକୁ ଆଗକୁ ବଢ଼ିବା ଦରକାର। ଏଭଳି କହିବାର ଅର୍ଥ ଆମେ ଜଣେ ଖରାପ ଲୋକକୁ ଗ୍ରହଣ କରୁଛୁ।

ସେ କହିଛନ୍ତି 'ଟ୍ରମ୍ପ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ଯେ ରାଷ୍ଚ୍ରପତି ନିର୍ବାଚନରେ ସେ ହାରିଛନ୍ତି ବୋଲି। ଅଯାଥା ତର୍କରେ ବିଶ୍ୱାସ ରଖି ଟ୍ରମ୍ପ ବିଶ୍ୱାସ କରନ୍ତି କି ସେ ବିଜୟୀ ହୋଇଛନ୍ତି। ଏହାପରେ ସେ ଲୋକଙ୍କୁ ମିଛ କହି ତାଙ୍କ ସପକ୍ଷରେ ସମର୍ଥନ ପାଇଁ ଉସକାଇବାକୁ ଚେଷ୍ଟା କରନ୍ତି'।

ସେ ଏବେ "Too Much and Never Enough: How My Family Created the World's Most Dangerous Man." ନାମକ ବହି ଲେଖିଛନ୍ତି। ଯେଉଁଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାବଦରେ ମଧ୍ୟ ଲେଖାହୋଇଛି।

ତେବେ ମେରିଙ୍କ ବିବାଦ ପରେ ଟ୍ରମ୍ପଙ୍କ ପ୍ରଚାର ବେଳର ମୁଖପାତ୍ର କହିଛନ୍ତି, ମେରି ନିଜ ବହିର ବିକ୍ରି ପାଇଁ ଏଭଳି ପ୍ରତିକ୍ରିୟା ରଖୁଛନ୍ତି। ନିଜ ପରିବାର ବାବଦରେ ମେରି ଟ୍ରମ୍ପ ପ୍ରଥମ ବହି ଜୁଲାଇରେ ପ୍ରକାଶ କରିଥିଲେ। ସେପ୍ଟେମ୍ୱରରେ ରାଷ୍ଟ୍ରପତି ଟ୍ରମ୍ପ, ତାଙ୍କ ଭାଇ ରବୋର୍ଟ ଟ୍ରମ୍ପ ଏବଂ ତାଙ୍କ ଭଉଣୀ ମେରିଆନ୍ ଟ୍ରମ୍ପଙ୍କ ବିରୋଧରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଥିଲେ।

Related story