ନୂଆଦିଲ୍ଲୀ: କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା। ଏହାପରେ ଭାରତ। ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସରିଛି। ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ବିଦାୟୀ ନେବାକୁ ଯାଉଛନ୍ତି। ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଜୋ ବିଡେନ୍ ନିର୍ବାଚିତ ହୋଇଛନ୍ତି। ଏହାରି ଭିତରେ ଟ୍ରମ୍ପ ଟ୍ୱିଟ୍ କରି ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି।
ଆମେରିକାର ଔଷଧ କମ୍ପାନୀ ଫାଇଜର ଦାବି କରିଛି ଯେ କୋଭିଡ୍ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ ରହିଛି। ତୃତୀୟ ପର୍ଯ୍ୟାୟରେ ପରୀକ୍ଷା ବେଳେ ଏହା ଜଣାପଡ଼ିଛି। କମ୍ପାନୀ କହିଛି ଯେ ସେମାନଙ୍କ ଟିକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଯେଉଁମାନଙ୍କ ପାଖରେ କରୋନାର ଲକ୍ଷଣ ଦେଖାଯାଇନଥିଲା ହେଲେ ସଂକ୍ରମିତ ହୋଇଥିଲେ ସେମାନଙ୍କ କ୍ଷେତ୍ରରେ ଏହି ଟିକା ପ୍ରଭାବଶାଳୀ ହୋଇଛି। ଆମେରିକାର ଏହି କମ୍ପାନୀ ଫାଇଜର ଏବଂ ଜର୍ମାନ ବାୟୋଟେକ୍ନୋଲୋଜି ଫାର୍ମ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି ଏହି କରୋନା ଟିକା। ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଏହି ଟିକା ପ୍ରଭାବଶାଳୀ ରହିଛି କମ୍ପାନ କହିଛି।
ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ଼୍ ଟ୍ରମ୍ପ ଟ୍ୱିଟ୍ କରି ଏହି ଖବର ସାରା ବିଶ୍ୱକୁ ଦେଇଛନ୍ତି। ଏହି ଟିକା ସମସ୍ତଙ୍କ ପାଇଁ ଭଲ ଖବର ବୋଲି ସେ କହିଛନ୍ତି।
https://twitter.com/realDonaldTrump/status/1325778096151203843
ଫାଇଜର ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କରୋନାକୁ ରୋକିବା ପାଇଁ ଆମର ଟିକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହି ଟିକା ସମ୍ବନ୍ଧରେ କମ୍ପାନୀଗୁଡିକ ସୂଚନା ଦେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ଟିକା ବଜାରକୁ ଖୁବ୍ ଶୀଘ୍ର ଆସିବ।
ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଟ ଟ୍ରମ୍ପ ପରାଜିତ ହୋଇଛନ୍ତି। ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ୍ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଖୁବଶୀଘ୍ର ରାଷ୍ଟ୍ରପତି ଭାବରେ ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି।