ପାକିସ୍ତାନରେ ଘରେ ଘରେ ଚୁଲି ଜଳିବା କଷ୍ଟକର, ଗୋଟିଏ ଓଳି ଖାଉଛନ୍ତି ଲୋକେ

ଇସାଲାମାବାଦ: ଭାରତରେ ଅଶାନ୍ତିର ନିଆଁ ବାଣ୍ଟିବାକୁ ପଣ ଖାଇଥିବା ପଡ଼ୋଶୀ ପାକିସ୍ତାନରେ ଏବେ ପରିବାର ପୋଷିବା ସଙ୍ଗିନ ହୋଇ ପଡ଼ିଛି। କରୋନା କଟକଣା ପରେ ଦରଦାମର ଅସ୍ୱାଭାବିକ ବୃଦ୍ଧି ପଡ଼ୋଶୀ ରାଷ୍ଟ୍ର ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ଗୋଟିଏ ପଟେ ଜାଳେଣି ଗ୍ୟାସର ଆକାଶ ଛୁଆଁ ଦର ଏବଂ ଅନ୍ୟପଟେ ବିଭିନ୍ନ ସାମଗ୍ରୀର ଆଶାତିତ ଦର ବୃଦ୍ଧି ଯୋଗୁଁ ନିମ୍ନମଧ୍ୟବିତ୍ତ ଲୋକଙ୍କ ଘରେ ପ୍ରତିଦିନ ଚୁଲି ଜଳିବା ମୁସକିଲ୍ ହୋଇଛି। […]

EGG-TH

Subhransu Sekhar
  • Published: Wednesday, 23 December 2020
  • , Updated: 12 August 2021, 06:51 PM IST

ଇସାଲାମାବାଦ: ଭାରତରେ ଅଶାନ୍ତିର ନିଆଁ ବାଣ୍ଟିବାକୁ ପଣ ଖାଇଥିବା ପଡ଼ୋଶୀ ପାକିସ୍ତାନରେ ଏବେ ପରିବାର ପୋଷିବା ସଙ୍ଗିନ ହୋଇ ପଡ଼ିଛି। କରୋନା କଟକଣା ପରେ ଦରଦାମର ଅସ୍ୱାଭାବିକ ବୃଦ୍ଧି ପଡ଼ୋଶୀ ରାଷ୍ଟ୍ର ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ଗୋଟିଏ ପଟେ ଜାଳେଣି ଗ୍ୟାସର ଆକାଶ ଛୁଆଁ ଦର ଏବଂ ଅନ୍ୟପଟେ ବିଭିନ୍ନ ସାମଗ୍ରୀର ଆଶାତିତ ଦର ବୃଦ୍ଧି ଯୋଗୁଁ ନିମ୍ନମଧ୍ୟବିତ୍ତ ଲୋକଙ୍କ ଘରେ ପ୍ରତିଦିନ ଚୁଲି ଜଳିବା ମୁସକିଲ୍ ହୋଇଛି। ତେଣୁ ମୁଦ୍ରାସ୍ଫୀତି ହ୍ରାସ ଓ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା  ଇମ୍ରାନ ଖାନଙ୍କ ସରକାର ଏହାକୁ ନେଇ ଘୋର ସଙ୍କଟରେ ପଡ଼ିଥିବା କୁହାଯାଉଛି।

ପାକିସ୍ତାନରେ ମଇଦା କିଲୋ ୭୦ ଟଙ୍କା ଅତିକ୍ରମ କରିଥିବାବେଳେ ଚିନି କିଲୋ ୧୦୪ ଟଙ୍କା ହୋଇଛି। ସେହିପରି କିଲେ ଅଦାର ଦାମ ହଜାରେ ଟଙ୍କା ହୋଇଥିବା ବେଳେ ଡର୍ଜନେ ଅଣ୍ଡାର ଦାମ ୨୫୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଅଣ୍ଡାର ଦାମ ପ୍ରାୟ ୩୦ ଟଙ୍କା। ପନିପରିବା ଦରଦାମ ମଧ୍ୟ ଏହିଭଳି ବଢ଼ୁଥିବା ସୂଚନା ରହିଛି। ଟମାଟୋ କିଲୋ ପିଛା ୮୫ ଟଙ୍କା ଅତିକ୍ରମ କରିଛି। ଡାଲି ଦାମ କିଲୋ ପିଛା ୨୫୦ ଟଙ୍କା ଛୁଇଁଛି।

ସେହିପରି ପାକିସ୍ତାନରେ ରୋଷେଇ ଗ୍ୟାସ ମିଳୁନଥିବା ସୂଚନା ରହିଛି। ଗ୍ୟାସ୍ ବଞ୍ଚାଇବାକୁ ଯାଇ ଗୋଟିଏ ବେଳା ଲୋକମାନେ ଖାଉଥିବା ସୂଚନା ରହିଛି।

Related story