ଓଡ଼ିଶାରେ ପ୍ରଧାନମନ୍ତ୍ରୀ କରିବେ ୧୪,୫୨୩ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ 

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ମହେଶ ଶର୍ମା ଏହି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଓ ୨୦୦ଟଙ୍କିଆ ସ୍ମାରକୀ […]

modi-2

Rakesh Mallick
  • Published: Thursday, 20 December 2018
  • , Updated: 20 December 2018, 07:44 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ମହେଶ ଶର୍ମା ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଓ ୨୦୦ଟଙ୍କିଆ ସ୍ମାରକୀ ମୁଦ୍ରା ସମେତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ଚେୟାରକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲୋକାର୍ପଣ କରିବେ। ଏହି ଚେୟାର ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୫କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ।

ସେହିପରି ୧୨୬୦କୋଟି ଟଙ୍କା ବିନିଯୋଗରେ ସମସ୍ତ ଭିତ୍ତିଭୂମି ଥିବା ଆଇଆଇଟିର ନୂଆ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ସହ ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଜର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ। ୩୮୦୦କୋଟି ଟଙ୍କାର ପାରାଦୀପରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଗ୍ୟାସ୍ ପାଇପଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଝାରଖଣ୍ଡର ବୋକାରୋରୁ ଅନୁଗୁଳ ପର୍ଯ୍ୟନ୍ତ ୩୪୩୭ କୋଟି ଟଙ୍କାର ପାଇପଲାଇନ ପ୍ରକଳ୍ପ, ଭୁବନେଶ୍ୱରରେ ଇଏସଆଇ ହସ୍ପିଟାଲରେ ୫୦ଟି ନୂଆ ଶଯ୍ୟା ସହ ପୁରୁଣା ୫୦ ଶଯ୍ୟାର ଆଧୁନିକୀକରଣ କାର୍ଯ୍ୟର ଶିଳାନ୍ୟାସ, ୨୨୦୦କୋଟି ଟଙ୍କାର ଜାତୀୟ ରାଜପଥ-୧୬କୁ ୬ ଲେନ୍ ବିଶିଷ୍ଟ କରିବାର ନିର୍ମାଣ କାର୍ଯ୍ୟ ଆରମ୍ଭ, ୨ହଜାର କୋଟି ଟଙ୍କା ବ୍ୟୟରେ କଟକ-ଅନୁଗୋଳ ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ କାର୍ଯ୍ୟର ଶିଳାନ୍ୟାସ ସହ ଲଳିତଗିରିରେ ବୌଦ୍ଧ କୀର୍ତ୍ତିରାଜି ସଂରକ୍ଷିତ ଥିବା ଏକ ମ୍ୟୁଜିୟମର ଲୋକାର୍ପଣ କରିବେ।

ଆଇଆଇଟି ନୂଆ କ୍ୟାମ୍ପସରୁ ପ୍ରଧାନମନ୍ତ୍ରୀ ଏହି ସମସ୍ତ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟ ସମ୍ପନ୍ନ କରିବେ। ଏହାପରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ଯେ, ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜମି ଯୋଗାଇ ଦେଇନାହାନ୍ତି। ଯଦି ଏହି ଜମି ମିଳିଥାନ୍ତା ସେଠାରେ ସ୍ମାରକୀ ନିର୍ମାଣର ଶିଳାନ୍ୟାସ କାର୍ଯ୍ୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ପାଦିତ ହୋଇପାରିଥାନ୍ତା।

Related story