ବ୍ରିଟେନରେ ପ୍ରଧାନମନ୍ତ୍ରୀ ମୋଦି

ଲଣ୍ଡନ: ତିନି ଦିନିଆ ବ୍ରିଟେନ୍ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନରେ ପହଞ୍ଚିଛି। ସେଠାରେ ତାଙ୍କୁ ସ୍ୱାଗତ କରିଛନ୍ତି ବ୍ରିଟେନ ବହୁ ଉଚ୍ଚପଦସ୍ଥ ଅଧିକାରୀ। ଆଜି ସକାଳେ ମୋଦି ଏକ ସ୍ୱତନ୍ତ୍ର ବିମାନରେ ଯାଇ ବ୍ରିଟେନ ପହଞ୍ଚିଥିଲେ। ଗସ୍ତ ଅବସରରେ ମୋଦି, ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନଙ୍କୁ ଭେଟିବେ। ଏଥିସହ ବ୍ରିଟିଶ ପାର୍ଲାମେଣ୍ଟରେ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ଅବସରରେ ମୋଦି ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ […]

narendra modi at britain

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 10:48 AM IST

ଲଣ୍ଡନ: ତିନି ଦିନିଆ ବ୍ରିଟେନ୍ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନରେ ପହଞ୍ଚିଛି। ସେଠାରେ ତାଙ୍କୁ ସ୍ୱାଗତ କରିଛନ୍ତି ବ୍ରିଟେନ ବହୁ ଉଚ୍ଚପଦସ୍ଥ ଅଧିକାରୀ। ଆଜି ସକାଳେ ମୋଦି ଏକ ସ୍ୱତନ୍ତ୍ର ବିମାନରେ ଯାଇ ବ୍ରିଟେନ ପହଞ୍ଚିଥିଲେ। ଗସ୍ତ ଅବସରରେ ମୋଦି, ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନଙ୍କୁ ଭେଟିବେ। ଏଥିସହ ବ୍ରିଟିଶ ପାର୍ଲାମେଣ୍ଟରେ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ଅବସରରେ ମୋଦି ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବ୍ରିଟେନ୍ ସରକାରଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ଆତଙ୍କବାଦର ମୁକାବିଲା ନେଇ ମଧ୍ୟ ମୋଦି ସହଯୋଗ ଲୋଡ଼ିବାର ସମ୍ଭାବନା ରହିଛି। ଆଜି ମୋଦି ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟର ବାଣିଜ୍ୟ କ୍ଷେତ୍ରରେ ସୌହାର୍ଯ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ସେଠାରେ କିଛି ବଡ ବଡ କମ୍ପାନୀର ସିଇଓଙ୍କ ସହ ମୋଦି ଆଲୋଚନା କରିବେ।

Related story