ପ୍ରଥମ ରାଜକ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ଜାଣନ୍ତୁ କ’ଣ କରିଥିଲେ ଏହି ଅପରାଧୀ

ନୂଆଦିଲ୍ଲୀ: ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କୁ ଜିଅନ୍ତା ଜାଳି ମାରିଥିବା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅପରାଧୀର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାମନାଥଙ୍କ ପାଖରେ ଏହାଥିଲା ପ୍ରଥମ ରାଜକ୍ଷମା ଆବେଦନ। ଦୋଷୀ ଜଣଙ୍କ ବିହାରର ରାଧେପୁରରେ ଏହି କାଣ୍ଡ ଘଟାଇଥିଲେ। ସାଧାରଣ ମଇଁଷି ଚୋରିକୁ ନେଇ ଏହି ଘଟଣା ଘଟିଥିଲା।  ବିଜେନ୍ଦ୍ର ମେହେତା ନାମକ ଜଣେ ବ୍ୟକ୍ତି ତାଙ୍କ ମଇଁଷି ଚୋରି ହୋଇଯାଇଥିବା […]

Ram Nath Kovind

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 02:59 PM IST

ନୂଆଦିଲ୍ଲୀ: ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କୁ ଜିଅନ୍ତା ଜାଳି ମାରିଥିବା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅପରାଧୀର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାମନାଥଙ୍କ ପାଖରେ ଏହାଥିଲା ପ୍ରଥମ ରାଜକ୍ଷମା ଆବେଦନ।

ଦୋଷୀ ଜଣଙ୍କ ବିହାରର ରାଧେପୁରରେ ଏହି କାଣ୍ଡ ଘଟାଇଥିଲେ। ସାଧାରଣ ମଇଁଷି ଚୋରିକୁ ନେଇ ଏହି ଘଟଣା ଘଟିଥିଲା।  ବିଜେନ୍ଦ୍ର ମେହେତା ନାମକ ଜଣେ ବ୍ୟକ୍ତି ତାଙ୍କ ମଇଁଷି ଚୋରି ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ।  ଏଥିରେ ସେ ଜଗତ ରାୟ, ବଜୀର ରାୟ ଏବଂ ଅଜୟ ରାୟକୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଗତ ରାୟ ବିଜେନ୍ଦ୍ର ମେହେତାଙ୍କୁ ଏତଲା ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଥିଲା। ସେ ଏତଲା ପ୍ରତ୍ୟାହାର ନକରିବାରୁ ଜଗତ ପ୍ରତିଶୋଧ ପରାୟଣ ହୋଇ ତା ଘରେ ନିଆଁ ଲଗାଇ ଦେଇଥିଲା। ଏ ସମୟରେ ବିଜେନ୍ଦ୍ରଙ୍କ ଘରେ ସମସ୍ତ ଥିଲେ। ଏଥିରେ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ଅଜୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସ୍ଥାନୀୟ ଅଦାଲତ ତାକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଜଗତ ରାୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଯାଇଥିଲେ। ତେବେ  ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ଏହାପରେ ସେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ। ତେବେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିଥିଲେ। ଏନେଇ ୨୦୧୮ ଏପ୍ରିଲ ୨୩ ତାରିଖରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଗତ ବର୍ଷ ଜୁଲାଇରେ ରାଷ୍ଟ୍ରପତି ହେବା ପରଠାରୁ ରାମନାଥ କୋବିନ୍ଦଙ୍କ ପାଇଁ ଏହା ପ୍ରଥମ ଘଟଣା ଥିଲା ଯେଉଁଥିରେ ସେ କାହାର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ।

 

 

 

 

 

Related story