ପ୍ରିୟଙ୍କା କହିଲେ ଧାରା ୩୭୦ ଉଚ୍ଛେଦ ‘ଅସାମ୍ବିଧାନିକ’

ଲକ୍ଷ୍ନୌ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇଆସୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ୮ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କହିଛନ୍ତି ଯେଉଁଭଳି ଭାବେ ଏହା ଉଚ୍ଛେଦ ହେଲା ତାହା ‘ଅସମ୍ବିଧାନିକ’। ଉତ୍ତରପ୍ରଦେଶର ସୋନ୍‌ଭଦ୍ରା ଗୁଳିକାଣ୍ଡରେ ମୃତ ୧୦ ଜଣ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା ସମୟରେ ପ୍ରିୟଙ୍କା କହିଛନ୍ତି, “ଯେଉଁଭଳି ଭାବେ ଏହି ପଦକ୍ଷେପ (୩୭୦ ଉଚ୍ଛେଦ) ନିଆଗଲା, ତାହା ସମ୍ପୂର୍ଣ୍ଣ […]

priyanka

Subrat Kumar Nayak
  • Published: Tuesday, 13 August 2019
  • , Updated: 13 August 2019, 05:25 PM IST

ଲକ୍ଷ୍ନୌ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇଆସୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ୮ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କହିଛନ୍ତି ଯେଉଁଭଳି ଭାବେ ଏହା ଉଚ୍ଛେଦ ହେଲା ତାହା ‘ଅସମ୍ବିଧାନିକ’।

ଉତ୍ତରପ୍ରଦେଶର ସୋନ୍‌ଭଦ୍ରା ଗୁଳିକାଣ୍ଡରେ ମୃତ ୧୦ ଜଣ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା ସମୟରେ ପ୍ରିୟଙ୍କା କହିଛନ୍ତି, “ଯେଉଁଭଳି ଭାବେ ଏହି ପଦକ୍ଷେପ (୩୭୦ ଉଚ୍ଛେଦ) ନିଆଗଲା, ତାହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଏବଂ ଗଣତନ୍ତ୍ର ବିରୋଧୀ। ଏଥିରେ କିଛି ନିୟମ ପାଳନ କରିବାର ଥିଲା, ଯାହା କରାଯାଇନାହିଁ।”

ଏହା ପୂର୍ବରୁ ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଥିଲେ, ଗୋଟିଏ ରାଜ୍ୟକୁ ଦୁଇ ଖଣ୍ଡ କରିବା ଦ୍ୱାରା ଦେଶର ଅଖଣ୍ଡତା କ୍ଷୁଣ୍ଣ ହୋଇଛି। ସେ କହିଥିଲେ ଦେଶ ଏହାର ନାଗରିକଙ୍କୁ ନେଇ ଗଢ଼ା ଯାଇଥାଏ, ଜମି ବା କ୍ଷେତ୍ର ଦ୍ୱାରା ନୁହେଁ।

Related story