ସିଏଏ ଆବେଦନ ପାଇଁ ଦେବାକୁ ହେବ ଧର୍ମ ସମ୍ପର୍କରେ ପ୍ରମାଣ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିଥିବାବେଳେ ଏ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ଅଣମୁସଲିମ୍‌ମାନେ ସିଏଏ ଆଧାରରେ ନାଗରିକତା ପାଇଁ ଆବେଦନ କରିବା ସମୟରେ ଧାର୍ମିକ ପ୍ରମାଣ ଦେବାକୁ ହେବ। ସୋମବାର କର୍ତ୍ତୃପକ୍ଷ ଏନେଇ ଘୋଷଣା କରିଛନ୍ତି। ଏହି ଆପ୍ଲିକେସନ୍‌ ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ, ଜୈନ୍‌ ଏବଂ ପାର୍ସୀ ଧର୍ମାବଲମ୍ବୀମାନେ ଡକ୍ୟୁମେଣ୍ଟ ଆକାରରେ ପ୍ରମାଣ ଦେବାକୁ ହେବ ସେମାନେ ୨୦୧୪ […]

CAA

Subrat Kumar Nayak
  • Published: Monday, 27 January 2020
  • , Updated: 27 January 2020, 10:50 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିଥିବାବେଳେ ଏ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ଅଣମୁସଲିମ୍‌ମାନେ ସିଏଏ ଆଧାରରେ ନାଗରିକତା ପାଇଁ ଆବେଦନ କରିବା ସମୟରେ ଧାର୍ମିକ ପ୍ରମାଣ ଦେବାକୁ ହେବ। ସୋମବାର କର୍ତ୍ତୃପକ୍ଷ ଏନେଇ ଘୋଷଣା କରିଛନ୍ତି।

ଏହି ଆପ୍ଲିକେସନ୍‌ ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ, ଜୈନ୍‌ ଏବଂ ପାର୍ସୀ ଧର୍ମାବଲମ୍ବୀମାନେ ଡକ୍ୟୁମେଣ୍ଟ ଆକାରରେ ପ୍ରମାଣ ଦେବାକୁ ହେବ ସେମାନେ ୨୦୧୪ ମସିହା ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଛନ୍ତି। ସିଏଏରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଆଧାରରେ ନିର୍ଯାତିତ ହୋଇ ଆସିଥିବା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ, ଜୈନ୍‌ ଏବଂ ପାର୍ସୀ ଧର୍ମାବଲମ୍ବୀମାନଙ୍କୁ ନାଗରିକତା ଦିଆଯିବ। ସେମାନଙ୍କୁ ଆଉ ଅନୁପ୍ରବେଶକାରୀ କୁହାଯାଇପାରିବନି। ତେବେ ସେମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସିଥିବେ ବୋଲି ସର୍ତ୍ତ ରଖାଯାଇଛି।

କେନ୍ଦ୍ର ସରକାର ଆସାମରେ ନାଗରିକତା ଆବେଦନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ବୋଲି କୁହାଯାଉଛି। ଆସାମ ପାଇଁ ସ୍ୱତନ୍ତ୍ର ଭାବେ ହେବାକୁ ଥିବା ବ୍ୟବସ୍ଥା ସିଏଏ ଲାଗୁ ନିୟମ ମଧ୍ୟରେ ସ୍ଥାନ ପାଇବ। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୂର୍ବରୁ ଅନୁରୋଧ କରିଥିଲେ, ସିଏଏ ଅଧୀନରେ ଆବେଦନ କରିବା ପାଇଁ ଏକ ସୀମିତ ୱିଣ୍ଡୋ ବ୍ୟବସ୍ଥା କରାଯାଉ। ଏଥିସହ ଅନ୍ୟ କିଛି ବ୍ୟବସ୍ଥା ପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ସିଏଏକୁ ନେଇ ବିରୋଧ ରହିଥିଲା। ଆସାମରେ ମୂଳନିବାସୀମାନେ ଅଭିଯୋଗ ଆଣିଥିଲେ ବାହାର ଲୋକଙ୍କୁ ନାଗରିକତା ଦିଆଯିବା ଫଳରେ ସେମାନଙ୍କ ଉପରେ ରାଜନୀତିକ, ସାମାଜିକ ଏବଂ ସାଂସ୍କୃତିକ ପ୍ରଭାବ ପଡ଼ିବ।

Related story