ଆନ୍ଦୋଳନ ମୌଳିକ ଅଧିକାର, ରୋକ୍ ଲଗାଇ ହେବନି: ସିଜେଆଇ

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ବିରୋଧ କରିବା ହେଉଛି ଚାଷୀଙ୍କ ଅଧିକାର। ଆଇନକୁ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି। ଆନ୍ଦୋଳନ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବିଚଳିତ କରିବା ଠିକ୍ ନୁହେଁ। ପି. ସାଇନାଥଙ୍କ ଜରିଆରେ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିବେ। ଚାଷୀ ଆନ୍ଦୋଳନ ମାମଲାର ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହା କହିଛନ୍ତି। ତେବେ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। […]

supreme-court

Subhransu Sekhar
  • Published: Thursday, 17 December 2020
  • , Updated: 17 December 2020, 02:18 PM IST

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ବିରୋଧ କରିବା ହେଉଛି ଚାଷୀଙ୍କ ଅଧିକାର। ଆଇନକୁ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି। ଆନ୍ଦୋଳନ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବିଚଳିତ କରିବା ଠିକ୍ ନୁହେଁ। ପି. ସାଇନାଥଙ୍କ ଜରିଆରେ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିବେ। ଚାଷୀ ଆନ୍ଦୋଳନ ମାମଲାର ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହା କହିଛନ୍ତି।

ତେବେ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୂର ହେବା ଦରକାର। ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ସମ୍ପତ୍ତି ନଷ୍ଟ ହୋଇ ନ ଥିବାରୁ ଏହି ପ୍ରଦର୍ଶନକୁ ରୋକ୍ ଲଗାଇ ହେବନି। ଏହି ଆନ୍ଦୋଳନର ପ୍ରଭାବ ରହିଥିବାରୁ ଏକ କମିଟି ଗଠନ କରିବାକୁ କୁହାଯାଇଥିଲା ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଏହି ଶୁଣାଣିରେ ଆନ୍ଦୋଳନକାରୀଙ୍କୁ ହଟେଇବା ସପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ହରିଶ ସାଲଭେ ଯୁକ୍ତି କରିଥିଲେ। ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଏଥି ସହିତ ପି. ଚିଦାମ୍ବରମ୍ ପଞ୍ଜାବ ସରକାରଙ୍କ ପକ୍ଷ ରଖିଥିଲେ। ହରିଶ ସାଲଭେ କହିଛନ୍ତି ଯେ ଦିଲ୍ଲୀରୁ ଲୋକମାନେ ୟୁପି ଏବଂ ହରିଆଣାକୁ ଚାକିରୀ କରିବାକୁ ଯାଆନ୍ତି। ଗତ ୨୦-୨୧ ଦିନ ଧରି ଲୋକମାନେ ଯାଇ ପାରୁ ନାହାନ୍ତି। ଏହାପରେ ସାଲଭେଙ୍କ ମତକୁ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି। ଆନ୍ଦୋଳନ ଯୋଗୁଁ ଜିନିଷର ମୂଲ୍ୟ ବଢ଼ୁଛି। ଆନ୍ଦୋଳନ ପାଇଁ ଦିଲ୍ଲୀର ଲୋକମାନେ ପ୍ରଭାବିତ ହେଉଛନ୍ତି। ତେବେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆନ୍ଦୋଳନ କରିବା ମୌଳିକ ଅଧିକାର। ଏହା ସ୍ପଷ୍ଟ କହି ସାରିଛୁ। କିନ୍ତୁ ଅନ୍ୟ ଅଧିକାର ସହିତ କିପରି ସନ୍ତୁଳନ ରଖାଯିବ ତାହା ଦେଖିବାକୁ ପଡ଼ିବ। ସାଲଭେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଅନ୍ୟର ଅଧିକାରର ଉଲ୍ଲଂଘନ ନୁହେଁ କି। କିନ୍ତୁ ପ୍ରଦର୍ଶନ ହେଉଛି ଚାଷୀଙ୍କ ଅଧିକାର। ତେଣୁ ଚାଷୀ କିଭଳି ଲୋକଙ୍କ ଅଧିକାରକୁ ଉଲ୍ଲଂଘନ କଲେ ବୋଲି ସାଲଭେଙ୍କୁ ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ସାଲଭେ କହିଛନ୍ତି ଯେ ସରକାର ଟିକସ ଦେଉଛନ୍ତି ତେଣୁ ତାଙ୍କର ଅସୁବିଧା ହେଉଛି। ଯଦି ସେଠାରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଥିବା ତେବେ କିଏ କ୍ଷତିପୂରଣ ଦେବ ବୋଲି ସାଲଭେ କହିଥିଲେ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ଓ କୃଷକମାନେ ମିଳିତ ଭାବେ ସାଧାରଣ ଜନତା ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା ଉଚିତ୍। ପ୍ରଧାନ ବିଚାରପତି କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଜଣାପଡ଼ୁନି ଚାଷୀମାନେ ଆପଣଙ୍କ କଥା ଗ୍ରହଣ କରିବେ। କୋର୍ଟ ମଧ୍ୟ କିଛି କହିପାରିବେ ନାହିଁ। ତେଣୁ ଏକ କମିଟି ଗଠନ ହେବ। କୋର୍ଟ କମିଟି ପାଇଁ ପି ସାଇନାଥଙ୍କ ନାମ ସୁପାରିଶ କରିଛନ୍ତି।

ତେବେ ହରିଶ ସାଲଭେ କହିଛନ୍ତି ଯେ ଏହି ମାମଲାକୁ ଦୁଇ ଭାଗରେ ଶୁଣାଣି କରାଯିବା ଉଚିତ। ପ୍ରଥମ ଭାଗରେ, ରାସ୍ତାଘାଟର ପ୍ରଦର୍ଶନ ଏବଂ ଦ୍ୱିତୀୟରେ, ଆଇନର ବୈଧତା। ଏହାପୂର୍ବରୁ ସିଜେଆଇ ଆଟର୍ଣ୍ଣି ଜେନେରାଲ ଏବଂ ସିଲିସିଟରଙ୍କୁ ପଚାରିଥିଲେ ଯେ ଆମେ କମିଟି ଗଠନ କରିବା ଉଚିତ କି? ଏହା ଉପରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସାମିଲ କରି ଆଲୋଚନା କରାଯାଇପାରିବ। ଏହା ପରେ ସିଜେଆଇ କହିଛି ଯେ କମିଟି ଗଠନ ଉପରେ ସମସ୍ତ ଦଳର ପ୍ରତିକ୍ରିୟା ପରେ ଦ୍ୱିତୀୟ ବେଞ୍ଚ ଛୁଟିଦିନରେ ଶୁଣାଣି କରିପାରିବ। ସିଜେଆଇ କହିଛନ୍ତି ଯେ ସମସ୍ତ ପକ୍ଷଙ୍କ କଥା ଶୁଣିବା ପରେ ଆମେ ଏହି ପ୍ରସଙ୍ଗରେ କୌଣସି ଅର୍ଡର ଦେବୁ।

ସିଜେଆଇ କହିଛନ୍ତି ଯେ ଯଦି ଆଟର୍ଣ୍ଣି ଜେନେରାଲ୍ ସୁନିଶ୍ଚିତ କରାଇବେ ଯେ ବର୍ତ୍ତମାନ ଆଇନ କାର୍ଯ୍ୟକାରୀ ହେବନି। ଜବାବରେ ସେ କହିଛନ୍ତି ମୁଁ ସୁନିଶ୍ଚିତ କରାଇବାରେ ଅସମର୍ଥ। ଏହାପରେ ସିଜେଆଇ କହିଛନ୍ତି ଅପରାହ୍ନ ୨.୩୦ରେ ପୁଣି ଏହି ମାମଲାର ଶୁଣାଣି ହେବ।

Related story