ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ୩୨ ବର୍ଷୀୟ ଚାଷୀଙ୍କ ମୃତଦେହ ମିଳିଲା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ହରିଆଣା ସୀମାରେ ଆନ୍ଦୋଳନ କରୁଥିବା ଜଣେ ୩୨ ବର୍ଷୀୟ ଚାଷୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଅନ୍ୟ ଚାଷୀମାନଙ୍କ ସହ ସେ ଯେଉଁ ଟିକରି ସୀମାରେ ଆନ୍ଦୋଳନ କରୁଥିଲେ ସେହିଠାରୁ ହିଁ ତାଙ୍କର ମୃତଦେହ ମିଳିଛି। ମୃତ ୩୨ ବର୍ଷୀୟ ଚାଷୀଙ୍କ ନାଁ ଅଜୟ ମୋର ଓ ସେ ହରିଆଣାରୁ ଆସିଥିଲେ। ବେଶ କିଛିଦିନ ହେଲା ସେ ଟିକରି ସୀମାରେ ଅନ୍ୟ ଶହଶହ ଚାଷୀଙ୍କ ସହ ମିଶି କେନ୍ଦ୍ର ସରକାରଙ୍କ […]

f

Hemant Lenka
  • Published: Tuesday, 08 December 2020
  • , Updated: 08 December 2020, 03:27 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ହରିଆଣା ସୀମାରେ ଆନ୍ଦୋଳନ କରୁଥିବା ଜଣେ ୩୨ ବର୍ଷୀୟ ଚାଷୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଅନ୍ୟ ଚାଷୀମାନଙ୍କ ସହ ସେ ଯେଉଁ ଟିକରି ସୀମାରେ ଆନ୍ଦୋଳନ କରୁଥିଲେ ସେହିଠାରୁ ହିଁ ତାଙ୍କର ମୃତଦେହ ମିଳିଛି।

ମୃତ ୩୨ ବର୍ଷୀୟ ଚାଷୀଙ୍କ ନାଁ ଅଜୟ ମୋର ଓ ସେ ହରିଆଣାରୁ ଆସିଥିଲେ। ବେଶ କିଛିଦିନ ହେଲା ସେ ଟିକରି ସୀମାରେ ଅନ୍ୟ ଶହଶହ ଚାଷୀଙ୍କ ସହ ମିଶି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରୁଥିଲେ।

ହରିଆଣାର ସୋନିପତର ଚାଷୀ ଅଜୟ ମୋର ଟିକରି ସୀମାରେ ଥିବା ଗୋଟିଏ ଟିଡିଆଇ ପାର୍କ ନିକଟରେ ସୋମବାର ରାତିରେ ଶୋଇଥିଲେ। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ଅନ୍ୟମାନେ ଜାଣିବାକୁ ପାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଅତ୍ୟଧିକ ଥଣ୍ଡା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

Related story