ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ, ଲୋକେ କହିଲେ ‘ଏବେ କାହିଁକି?’

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୀତିକ ବ୍ୟକ୍ତିମାନେ ତାଙ୍କ ଘରକୁ ଗସ୍ତ କରିଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଦୁଇ ମନ୍ତ୍ରୀ କମଳ ରାଣୀ ବରୁଣ ଓ ସ୍ୱାମୀ ପ୍ରସାଦ ମୌର୍ଯ୍ୟା ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ତେବେ ପୀଡିତାଙ୍କ ଗାଁକୁ ପ୍ରବେଶ କରିବା ବେଳେ ମନ୍ତ୍ରୀମାନେ ପ୍ରବଳ ବିରୋଧର ଶିକାର ହୋଇଥିଲେ। ପୀଡିତାଙ୍କୁ ନ୍ୟାୟ ଦେବାକୁ ଯାଇ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ […]

unnao rape case

unnao rape case

Subhransu Sekhar
  • Published: Saturday, 07 December 2019
  • Updated: 07 December 2019, 06:17 PM IST

Sports

Latest News

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୀତିକ ବ୍ୟକ୍ତିମାନେ ତାଙ୍କ ଘରକୁ ଗସ୍ତ କରିଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଦୁଇ ମନ୍ତ୍ରୀ କମଳ ରାଣୀ ବରୁଣ ଓ ସ୍ୱାମୀ ପ୍ରସାଦ ମୌର୍ଯ୍ୟା ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

ତେବେ ପୀଡିତାଙ୍କ ଗାଁକୁ ପ୍ରବେଶ କରିବା ବେଳେ ମନ୍ତ୍ରୀମାନେ ପ୍ରବଳ ବିରୋଧର ଶିକାର ହୋଇଥିଲେ। ପୀଡିତାଙ୍କୁ ନ୍ୟାୟ ଦେବାକୁ ଯାଇ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇ ଲୋକମାନେ ଏହି ବିରୋଧ କରିଥିଲେ। ‘ଏବେ କାହିଁକି’ ବୋଲି ମନ୍ତ୍ରୀଙ୍କୁ ଦେଖି ଲୋକମାନେ ପାଟି କରିଥିଲେ। ତେବେ ମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୁଲିସ କର୍ମୀମାନେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣରେ ନେଇଥିଲେ।

ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ମନ୍ତ୍ରୀ ମୌର୍ଯ୍ୟା କହିଛନ୍ତି, ଅପରାଧୀ ଦଣ୍ଡ ପାଇବ। କେହି ଖସି ଯାଇ ପାରିବେ ନାହିଁ। ପୀଡ଼ିତାଙ୍କ ପରିବାର ଲୋକେ ଯେଉଁ ତଦନ୍ତ ପାଇଁ ଦାବି କରିବେ ରାଜ୍ୟ ସରକାର ସେଥିପାଇଁ ସହମତି ପ୍ରକାଶ କରିବେ ବୋଲି ସେ କହିଛନ୍ତି। ଏବେ ଏହାକୁ ନେଇ ରାଜନୀତି କରିବାର ସମୟ ନୁହେଁ ବୋଲି ମୌର୍ଯ୍ୟା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଷ୍କର୍ମ ମାମଲା ଫାଷ୍ଟ୍ର ଟ୍ରାକ କୋର୍ଟରେ ହେବ। ୫ ଅଭିଯୁକ୍ତଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତି ୧୧ଟା ୪୦ରେ ଉନ୍ନାଓ ପୀଡ଼ିତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଷ୍କର୍ମ ୨୦୧୮ ଡିସେମ୍ବର ୧୨ରେ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos