ବେଙ୍ଗାଲୁରୁ: ପୁଣି ପିୟୁସି ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ରଦ୍ଦ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରି-ୟୁନିଭର୍ସିଟି କୋର୍ସ (ପିୟୁସି) ପାଇଁ କେମେଷ୍ଟ୍ରି ପେପର୍ ପରୀକ୍ଷା ପୂର୍ବରୁ ପୁଣି ଲିକ୍‌ ହୋଇଯାଇଛି। ଫଳରେ ଆଜି ହେବାକୁ ଥିବା ପରୀକ୍ଷାକୁ ଦ୍ୱିତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି। ଗତ ୨୧ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ପେପର ଲିକ୍‌ କାରଣରୁ ରଦ୍ଦ କରାଯାଇ ୩୧ ତାରିଖରେ ହେବାକୁ ଘୋଷଣା କରାଯାଇଥିଲା। ପେପର ଦ୍ୱିତୀୟ ଥର ଲିକ୍‌ ହେବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ […]

paper

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 09:48 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରି-ୟୁନିଭର୍ସିଟି କୋର୍ସ (ପିୟୁସି) ପାଇଁ କେମେଷ୍ଟ୍ରି ପେପର୍ ପରୀକ୍ଷା ପୂର୍ବରୁ ପୁଣି ଲିକ୍‌ ହୋଇଯାଇଛି। ଫଳରେ ଆଜି ହେବାକୁ ଥିବା ପରୀକ୍ଷାକୁ ଦ୍ୱିତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି। ଗତ ୨୧ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ପେପର ଲିକ୍‌ କାରଣରୁ ରଦ୍ଦ କରାଯାଇ ୩୧ ତାରିଖରେ ହେବାକୁ ଘୋଷଣା କରାଯାଇଥିଲା। ପେପର ଦ୍ୱିତୀୟ ଥର ଲିକ୍‌ ହେବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସିଦ୍ଧା ରମୈୟା କହିଛନ୍ତି, “ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଏପରି ଘଟଣା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଆଜି ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କେତେକ ସେଣ୍ଟରରେ ହାତଲେଖା ପ୍ରଶ୍ନପତ୍ର ବଣ୍ଟାଯାଉଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ପରୀକ୍ଷାକୁ ରଦ୍ଦ କରିଦେଇଥିଲେ।

 ମାର୍ଚ୍ଚ ୨୧ରେ ପ୍ରଶ୍ନପତ୍ର ଲିକ୍ ହେବା ମାମଲାରେ ବେଲ୍ଲାରୀ ଓ କୋଲାର୍‌ର ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଥିଲା।

Related story