ରେଲୱେ କର୍ମଚାରୀଙ୍କ ପାଇଁ ପୂଜା ବୋନସ ଘୋଷଣା: ହେଲେ ସମସ୍ତଙ୍କ ପାଇଁ ନୁହଁ

ନୂଆଦିଲ୍ଲୀ: ରେଲୱେ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟତଃ ଅଣଗେଜେଟେଡ କର୍ମଚାରୀଙ୍କ ପାଇଁ ପୂଜା ବୋନସ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି କର୍ମଚାରୀଙ୍କୁ ୭୮ ଦିନର ବୋନସ ମିଳିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏନେଇ ମଞ୍ଜୁରୀ ମିଳିଛି। ବୋନସ ବାବଦରେ କର୍ମଚାରୀଙ୍କ ପିଛା ୧୮,୦୦୦ରୁ ୧୯,୦୦୦ ଟଙ୍କା ମିଳିବ। ପ୍ରାୟ ୧୨.୩ ଲକ୍ଷ କର୍ମଚାରୀ ଏଥିରେ  ଉପକୃତ ହେବେ।  ଦଶହରା ପୂର୍ବରୁ ଏହି ଅର୍ଥ ମିଳିବ। କେବଳ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 06:25 PM IST

ନୂଆଦିଲ୍ଲୀ: ରେଲୱେ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟତଃ ଅଣଗେଜେଟେଡ କର୍ମଚାରୀଙ୍କ ପାଇଁ ପୂଜା ବୋନସ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି କର୍ମଚାରୀଙ୍କୁ ୭୮ ଦିନର ବୋନସ ମିଳିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏନେଇ ମଞ୍ଜୁରୀ ମିଳିଛି। ବୋନସ ବାବଦରେ କର୍ମଚାରୀଙ୍କ ପିଛା ୧୮,୦୦୦ରୁ ୧୯,୦୦୦ ଟଙ୍କା ମିଳିବ। ପ୍ରାୟ ୧୨.୩ ଲକ୍ଷ କର୍ମଚାରୀ ଏଥିରେ  ଉପକୃତ ହେବେ।  ଦଶହରା ପୂର୍ବରୁ ଏହି ଅର୍ଥ ମିଳିବ। କେବଳ ଅଣଗେଜେଟେଡ କର୍ମଚାରୀଙ୍କ ପାଇଁ ଏହି ସୁବିଧା  ହୋଇଥିଲେ ମଧ୍ୟ ଆରପିଏଫ ଏବଂ ଆରପିଏସ୍ଏଫ କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଛି। ପ୍ରତିବର୍ଷ ଦଶହରା ଏବଂ ପୂଜାବଜାରକୁ ଲକ୍ଷ୍ୟରେ ରଖି ରେଲୱେ ପକ୍ଷରୁ ଏହି ବୋନସ ଘୋଷଣା ହୋଇଥାଏ।  ଏହାକୁ କୁ ପ୍ରଡକ୍ଟିଟିଭ୍‌ ଲିଙ୍କ ବୋନସ ବୋଲି କୁହାଯାଉଛି।

Related story