ପୁଣି ୪,୭୦୦ ଏନଜିଓର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ ଏନଜିଓ ଉପରେ କ୍ଷୁବ୍ଧ ହୋଇଛନ୍ତି। ଦ୍ୱିତୀୟ ପ୍ରର୍ଯ୍ୟାୟରେ ସରକାର ୪,୭୦୦ଟି ଏନଜିଓର ଲାଇସେନ୍ସକୁ ନାକଚ କରିଛନ୍ତି। କେନ୍ଦ୍ର ସରକାର ନାକଚ କରିଥିବା ଏନଜିଓ ମଧ୍ୟରେ ରହିଛି ବହୁ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ, ସୁପ୍ରିମ କୋର୍ଟ ବାର ଆସୋସିଏସନ ଓ ଇସ୍କକୋର୍ଟ ହାର୍ଟ ଇଷ୍ଟିଚ୍ୟୁଟ ପରି ସଂସ୍ଥାର ଏନଜିଓ। ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ-୨୦୧୦ର ଉଲଙ୍ଘନ ଅଭିଯୋଗରେ ଏହି ଏନଜିଓ ଗୁଡିକର ଲାଇସେନ୍ସକୁ କେନ୍ଦ୍ର ସରକାର ନାକଚ କରିଛନ୍ତି । ସୂଚନା ଯୋଗ୍ୟେ ଯେ, […]

ngo_logo

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 09:58 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ ଏନଜିଓ ଉପରେ କ୍ଷୁବ୍ଧ ହୋଇଛନ୍ତି। ଦ୍ୱିତୀୟ ପ୍ରର୍ଯ୍ୟାୟରେ ସରକାର ୪,୭୦୦ଟି ଏନଜିଓର ଲାଇସେନ୍ସକୁ ନାକଚ କରିଛନ୍ତି। କେନ୍ଦ୍ର ସରକାର ନାକଚ କରିଥିବା ଏନଜିଓ ମଧ୍ୟରେ ରହିଛି ବହୁ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ, ସୁପ୍ରିମ କୋର୍ଟ ବାର ଆସୋସିଏସନ ଓ ଇସ୍କକୋର୍ଟ ହାର୍ଟ ଇଷ୍ଟିଚ୍ୟୁଟ ପରି ସଂସ୍ଥାର ଏନଜିଓ। ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ-୨୦୧୦ର ଉଲଙ୍ଘନ ଅଭିଯୋଗରେ ଏହି ଏନଜିଓ ଗୁଡିକର ଲାଇସେନ୍ସକୁ କେନ୍ଦ୍ର ସରକାର ନାକଚ କରିଛନ୍ତି ।

ସୂଚନା ଯୋଗ୍ୟେ ଯେ, ଗତ ଏପ୍ରିଲ ମାସ ୨୮ ତାରିଖରେ ଦେଶରେ କାର୍ଯ୍ୟ କରୁଥିବା ୮,୯୭୫ଟି ଏନଜିଓର ଲାଇସେନ୍ସକୁ ନାକଚ କରିଥିଲେ କେନ୍ଦ୍ର ସରକାର। ନାକଚ ହୋଇଥିବା ଏନଜିଓ ମଧ୍ୟରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ, ଗୁଜୁରାଟ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ଗାର୍ଗୀ କଲେଜ, ଦିଲ୍ଲୀ ଲେଡି ଇରୱିନ୍ କଲେଜ, ବିକ୍ରମ ସାରାଭାଇ ଫାଉଣ୍ଡେସନ ଏବଂ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଡିଆଙ୍କ କବୀର ଫ୍ଲୋଟେଡ୍ ସଂଗଠନ ସାମିଲ ରହିଛି। ଗତ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ୧୩,୬୭୫ ଟି ଏନଜିଓର ଲାଇସେନ୍ସକୁ ନାକଚ କରାଯାଇଛି।

Related story