ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ଆଜି ସକାଳେ ପୁଣି ଥରେ ଗୁଳିବିନିମୟ ହୋଇଛି। ପାକିସ୍ତାନୀ ସେନା ଭାରତୀୟ ପୋଷ୍ଟ ଉପରେ ପାଖିପାଖି ୨୦ମିନିଟ ଧରି ଗୁଳି ବର୍ଷଣ କରିଥିଲେ।
ମଙ୍ଗଳବାର ଉରୀ ସେକ୍ଟରର ଲଚ୍ଛୀପୁରାରେ ସେନା ଗୁଳିରେ ୮ ରୁ ୧୦ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ରାତିରେ ହନ୍ଦବାଡାର ନୋଗାମ ସେକ୍ଟରରେ ପାକିସ୍ତାନିର ଅନୁପ୍ରବେଶକୁ ଅସଫଳ କରିବାରେ ଭାରତୀୟ ସେନାର ଜଣେ ଯବାନ ଶହୀଦ୍ ଓ ଦୁଇଜଣ ଆହତ ହୋଇଥିଲେ। ନୋଗାମ ଏବଂ ଉରୀ ସେକ୍ଟରରେ ସାରା ରାତି ଅପରେସନ୍ ଚାଲିଥିବା ବେଳେ ପାଗ ଖରାପ ହେବାଫଳରେ ଅପରେସନରେ ପ୍ରତିବନ୍ଧ ଦେଖାଦେବା ସହ ପାଞ୍ଚ ଜଣ ଆତଙ୍କବାଦୀ ପାକିସ୍ତାନ ଫେରିଯିବାରେ ସଫଳ ହେବାର ସୂଚନା ମିଳିଛି। ଅନୁପ୍ରବେଶ କରିଥିବା ଏହି ଆତଙ୍କବାଦୀଙ୍କ ସୁରକ୍ଷା ପାଇଁ ପାକିସ୍ତାନି ସେନା ବାରମ୍ବାର ଗୁଳିବର୍ଷଣ କରିଥିଲା। କାରଣ ଆତଙ୍କବାଦୀର ଶବକୁ ଭାରତୀୟ ସେନା ଯେପରି ପାଇବାରେ ସଫଳ ନ ହେଉ ତାହା ଥିଲା ପାକିସ୍ତାନର ଉଦ୍ଦେଶ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ମଦ ପିଇଥିବାରୁ ବରଯାତ୍ରୀଙ୍କୁ ଚିହ୍ନି ପାରିଲେନି, ଖୁଣ୍ଟିରେ ବାନ୍ଧି ପ୍ରବଳ ପିଟିଲେ ଗାଁ ଲୋକ
ବରଯାତ୍ରୀରେ ମଦପିଇ ଯିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
National
ବାଂଲାଦେଶୀଙ୍କ ଚିକିତ୍ସା କରିବୁନି, ମନା କଲେ ଡାକ୍ତର
କୋଲକାତାର ଉତ୍ତର ଭାଗରେ ଥିବା ମାଣିକତଲାରେ ଅବସ୍ଥିତ ଜେଏନ୍ ରେ ହସ୍ପିଟାଲ୍ର ଡାକ୍ତରମାନେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ମନା କରି ଦେଇଛନ୍ତି।
National
ରେଲଓ୍ୱେ ଷ୍ଟେସନରେ ଲାଗିଲା ନିଆଁ, ଜଳିଗଲା ୨୦୦ ବାଇକ୍
ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।
National
ଜାମା ମସଜିଦ ସର୍ଭେ ବିବାଦ; ଡିସେମ୍ବର ୧୦ ଯାଏ ସମ୍ଭଲକୁ ପ୍ରବେଶ ବାରଣ
ହିନ୍ଦୁ ମନ୍ଦିର ଭଙ୍ଗାଯାଇ ଶାହି ଜାମା ମସଜିଦ ନିର୍ମାଣ ହୋଇଥିବା ଦାବିକୁ ନେଇ ସମ୍ଭଲରେ ସୃଷ୍ଟି ହୋଇଛି ବିବାଦ।
National
ଅସୁସ୍ଥ ସିନ୍ଦେ ଏବେ ଗାଁରେ, ଆଜି ନେଇ ପାରନ୍ତି ବଡ଼ ନିଷ୍ପତ୍ତି
ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି। ତାଙ୍କୁ ଜ୍ୱର ଓ ଥଣ୍ଡା ହୋଇଛି। ଏହି କାରଣରୁ ସେ ନିଜ ପୈତୃକ ଗାଁକୁ ଯାଇଥିବା ଶିବସେନା ସ୍ପଷ୍ଟ କରିଛି।