ବାବା ରାମ ରହିମଙ୍କ ସମ୍ପତ୍ତି ଜବତ କରି ଭଙ୍ଗାରୁଜା କ୍ଷତି ଭରଣ କରିବାକୁ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ/ଚଣ୍ଡିଗଡ଼(ଓଡ଼ିଶା ରିପୋର୍ଟର): ଦୁଷ୍କର୍ମ ମାମଲାର ଶୁଣାଣି କରି ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୮ ତାରିଖରେ ଏହାର ଦଣ୍ଡବିଧାନ କରାଯିବ। ତେବେ ଏହାକୁ ନେଇ ରାମ ରହିମଙ୍କ ସମର୍ଥକ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ବର୍ତ୍ତମାନ ସୁସ୍ଥା ହିଂସାରେ ୧୭ ଜଣଙ୍କ ମୃତ୍ୟୁ ଘଟିସାରିଛି। ରାମ ରହିମଙ୍କ ହଜାର ହଜାର ସମର୍ଥକ ରାସ୍ତାରେ ଭଙ୍ଗାରୁଜା କରିବା ସହ ସାଧାରଣ ଲୋକଙ୍କ […]

ramrahim

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 07:09 PM IST

ନୂଆଦିଲ୍ଲୀ/ଚଣ୍ଡିଗଡ଼(ଓଡ଼ିଶା ରିପୋର୍ଟର): ଦୁଷ୍କର୍ମ ମାମଲାର ଶୁଣାଣି କରି ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୮ ତାରିଖରେ ଏହାର ଦଣ୍ଡବିଧାନ କରାଯିବ। ତେବେ ଏହାକୁ ନେଇ ରାମ ରହିମଙ୍କ ସମର୍ଥକ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ବର୍ତ୍ତମାନ ସୁସ୍ଥା ହିଂସାରେ ୧୭ ଜଣଙ୍କ ମୃତ୍ୟୁ ଘଟିସାରିଛି। ରାମ ରହିମଙ୍କ ହଜାର ହଜାର ସମର୍ଥକ ରାସ୍ତାରେ ଭଙ୍ଗାରୁଜା କରିବା ସହ ସାଧାରଣ ଲୋକଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ରାସ୍ତାରେ ଯାହାକୁ ପାଇଛନ୍ତି ପିଟିଛନ୍ତି। ଏପରିକି ଛୋଟ ଛୁଆ ଓ ମହିଳାଙ୍କୁ ମଧ୍ୟ ବାଦ ଦେଇନାହାଁନ୍ତି। ଏମାନଙ୍କ ଆକ୍ରୋଶରୁ ପୋଲିସ ଓ ମିଡିଆ ପ୍ରତିନିଧିମାନଙ୍କୁ ମଧ୍ୟ ନିସ୍ତାର ମିଳିନାହିଁ।

ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଅଭିଯୋଗର ତ୍ୱରିତ ବିଚାର କରି ରାୟ ଶୁଣାଇଛନ୍ତି। ହିଂସାରେ ଯାହା କିଛି କ୍ଷତି ହୋଇଛି ଡେରା ମୁଖ୍ୟ ରାମ ରହିମଙ୍କ ସମ୍ପତ୍ତି ଜବତ କରି ଭରଣା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story