ପଞ୍ଜାବର ଚକ୍ରି ପୋଷ୍ଟ ଉପରେ ପାକ୍‌ର ଆକ୍ରମଣ

ପଞ୍ଜାବ: ପିଓକେରେ ଭାରତୀୟ ସେନା ତରଫରୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଆତଙ୍କିତ ହୋଇପଡିଛି। ସୀମା ଆରପାରିରେ ଭାରତ ଉପରେ ଆକ୍ରମଣକୁ ନେଇ ଷଡଯନ୍ତ୍ର ଜାରି ରହିଛି। ଗତକାଲି ବାରମୁଳା ସେନା କ୍ୟାମ୍ପ ପରେ ଆଜି ସକାଳେ ପଞ୍ଜାବର ଗୁରୁଦାସପୁରରେ ପୁଣି ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଛି। ସୀମା ଆରପାରିରୁ ବିଏସଏଫର ଚକ୍ରି ପୋଷ୍ଟ ଉପରେ ଗୁଳି ଚାଳନା କରାଯାଇଛି। ଏହି ପୋଷ୍ଟ ନିକଟରେ ସନ୍ଦୀଗ୍ଧ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି। ବିଏସଏଫ ଯବାନ ଏହି ସନ୍ଦିଗ୍ଧ ଆତଙ୍କୀ […]

ceasefire-new

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 04:31 PM IST

ପଞ୍ଜାବ: ପିଓକେରେ ଭାରତୀୟ ସେନା ତରଫରୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଆତଙ୍କିତ ହୋଇପଡିଛି। ସୀମା ଆରପାରିରେ ଭାରତ ଉପରେ ଆକ୍ରମଣକୁ ନେଇ ଷଡଯନ୍ତ୍ର ଜାରି ରହିଛି। ଗତକାଲି ବାରମୁଳା ସେନା କ୍ୟାମ୍ପ ପରେ ଆଜି ସକାଳେ ପଞ୍ଜାବର ଗୁରୁଦାସପୁରରେ ପୁଣି ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଛି। ସୀମା ଆରପାରିରୁ ବିଏସଏଫର ଚକ୍ରି ପୋଷ୍ଟ ଉପରେ ଗୁଳି ଚାଳନା କରାଯାଇଛି। ଏହି ପୋଷ୍ଟ ନିକଟରେ ସନ୍ଦୀଗ୍ଧ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି। ବିଏସଏଫ ଯବାନ ଏହି ସନ୍ଦିଗ୍ଧ ଆତଙ୍କୀ ଉପରେ ମଧ୍ୟ ଗୁଳି ଚାଳନା କରିଥିଲେ। ଏହା ପୂର୍ବରୁ ରବିବାର ପଞ୍ଜାବର କିଛି ଜିଲ୍ଲାରେ ପାକିସ୍ତାନ ତରଫରୁ ଧମକଭରା ଚିଠି ଓ ବେଲୁନ ମିଳିଥିଲା।

Related story