ହାରିଗଲେ ବାପା, ବାହା ହେବେନି ଝିଅ!

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭାବପ୍ରବଣ ହୋଇପଡ଼ିଥିଲେ ଝିଅ। ବାପା ନଜିତିବା ପର୍ଯ୍ୟନ୍ତ ବାହାହେବେନି କହିଥିଲେ। ହେଲେ ଝିଅର ଏପରି ଭାବପ୍ରବଣାତ୍ମକ ଡାଇଲଗ୍‌ କାମ ଦେଲାନି। ବାପା ହାରିଗଲେ। ତାହାହେଲେ ସତରେ କଣ ବାହା ହେବେନି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଝିଅ ରାବିୟା? ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏପରି ଆଲୋଚନା ଆରମ୍ଭ ହୋଇଛି। ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ସିଦ୍ଧୁଙ୍କ ପାଇଁ […]

Rabia

Manoranjan Sial
  • Published: Thursday, 10 March 2022
  • , Updated: 10 March 2022, 06:10 PM IST

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭାବପ୍ରବଣ ହୋଇପଡ଼ିଥିଲେ ଝିଅ। ବାପା ନଜିତିବା ପର୍ଯ୍ୟନ୍ତ ବାହାହେବେନି କହିଥିଲେ। ହେଲେ ଝିଅର ଏପରି ଭାବପ୍ରବଣାତ୍ମକ ଡାଇଲଗ୍‌ କାମ ଦେଲାନି। ବାପା ହାରିଗଲେ। ତାହାହେଲେ ସତରେ କଣ ବାହା ହେବେନି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଝିଅ ରାବିୟା? ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏପରି ଆଲୋଚନା ଆରମ୍ଭ ହୋଇଛି।

ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ସିଦ୍ଧୁଙ୍କ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିଲେ ଝିଅ ରାବିୟା। ଏକ ନିର୍ବାଚନୀ ସଭାରେ ଇମୋଶନାଲ୍‌ ହୋଇପଡ଼ିଥିଲେ ରାବିୟା। ଭାଷଣ ଦେଉଦେଉ କହି ପକାଇଥିଲେ “ବାପା ନ ଜିତିବା ପର୍ଯ୍ୟନ୍ତ ମୁଁ ବାହା ହେବେନି”। ଆଉ ବିରୋଧୀଙ୍କୁ କରିଥିଲେ ସିଧାସିଧା ଟାର୍ଗେଟ।

ହେଲେ ରାବିୟାଙ୍କ ଏହି ଭାବପ୍ରବଣାତ୍ମକ ଡାଇଲଗ୍‌ କାମ ଦେଲାନାହିଁ। ଆଜି ପ୍ରକାଶ ପାଇଥିବା ନିର୍ବାଚନୀ ଫଳାଫଳରେ ହାରି ଯାଇଛନ୍ତି ନବଜୋତ ସିଂହ ସିଦ୍ଧୁ। ଆପ୍‌ର ପ୍ରାର୍ଥୀ ଜୀବନଜ୍ୟୋତି କୌର ୬୭୫୦ ଖଣ୍ଡ ଭୋଟ୍‌ରେ ତାଙ୍କୁ ପରାସ୍ତ କରିଛନ୍ତି।

Related story