ଏହି ରାଜ୍ୟରେ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ

ନୂଆଦିଲ୍ଲୀ: ମହିଳା ସଶକ୍ତୀକରଣ ଦିଗରେ ପଞ୍ଜାବ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଚାକିରି ମହିଳାଙ୍କ ପାଇଁ ୩୩% ପଦ ସଂରକ୍ଷଣ ହୋଇ ରହିବ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ପଞ୍ଜାବ ପାଇଁ ଏକ ଐତିହାସିକ ଦିନ। ଆଜି କ୍ୟାବିନେଟରେ ସର୍ବସମ୍ମତିକ୍ରମେ ସରକାରୀ ଚାକିରିରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ମୋର ଆଶା ଏହି ନିଷ୍ପତ୍ତି […]

e

Hemant Lenka
  • Published: Wednesday, 14 October 2020
  • , Updated: 14 October 2020, 09:05 PM IST

ନୂଆଦିଲ୍ଲୀ: ମହିଳା ସଶକ୍ତୀକରଣ ଦିଗରେ ପଞ୍ଜାବ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଚାକିରି ମହିଳାଙ୍କ ପାଇଁ ୩୩% ପଦ ସଂରକ୍ଷଣ ହୋଇ ରହିବ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆଜି ପଞ୍ଜାବ ପାଇଁ ଏକ ଐତିହାସିକ ଦିନ। ଆଜି କ୍ୟାବିନେଟରେ ସର୍ବସମ୍ମତିକ୍ରମେ ସରକାରୀ ଚାକିରିରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ମୋର ଆଶା ଏହି ନିଷ୍ପତ୍ତି ଆମ ଝିଅମାନଙ୍କୁ ଅଧିକ ସଶକ୍ତ କରିବ ଓ ସମାଜରେ ସମାନତା ଦିଗରେ ଏହି ନିଷ୍ପତ୍ତି ସହାୟକ ହେବ।

ଏହି ନିଷ୍ପତ୍ତି ପରେ ପଞ୍ଜାବର ସିଭିଲ ସର୍ଭିସ, ବୋର୍ଡସ ଓ କର୍ପୋରେସନରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ମିଳିବ। ପଞ୍ଜାବ ସିଭିଲ ସର୍ଭିସେସ୍ (ମହିଳାଙ୍କ ପାଇଁ ପୋଷ୍ଟର ସଂରକ୍ଷଣ) ନିୟମ, ୨୦୨୦କୁ ଅନୁମୋଦନ ମିଳିଛି। ଏହାଦ୍ୱାରା ମହିଳାମାନଙ୍କୁ ଏହି ସରକାରୀ ପଦବୀରେ ସିଧାସଳଖ ନିଯୁକ୍ତି ମିଳିବ ଓ ସଂରକ୍ଷଣ ବ୍ୟବସ୍ଥା ରହିବ।

ଅମରିନ୍ଦରଙ୍କ କ୍ୟାବିନେଟ ପଞ୍ଜାବ ରାଜ୍ୟ ଭିଜିଲାନ୍ସ କମିଶନ ଅଧ୍ୟାଦେଶ ୨୦୨୦କୁ ରିପ୍ଲେସ କରିବାକୁ ମଞ୍ଜୁରୀ ଦେଇଛି। ଏହି ସବୁ ବିଲ୍‌ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯିବ।

Related story