ପୁନଃନିର୍ମାଣ କାର୍ଯ୍ୟ ପାଇଁ ୫୦ହଜାର ଲୋକଙ୍କୁ ପ୍ରଶିକ୍ଷଣ ଦେବେ ନେପାଳ ସରକାର

କାଠମାଣ୍ଡୁ: ଭୂମିକମ୍ପ ବିଧ୍ୱଂସ୍ତ ନେପାଳରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ୫୦,୦୦୦ ଶ୍ରମିକଙ୍କୁ ପ୍ରଶିକ୍ଷଣ ଦେବେ ନେପାଳ ସରକାର। ଆଜି ନେପାଳ ସଂସଦରେ ବାର୍ଷିକ ବେଜଟ ଉପସ୍ଥାପନ କରିବା ଅବସରରେ ଏହି ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ରାମ ଶରଣ ମହତ। ସେ କହିଥିଲେ, ଭୂକମ୍ପ ବିଧ୍ୱସ୍ତ ନେପାଳରେ ପୂନଃନିର୍ମାଣ କାର୍ଯ୍ୟ  କରିବାପାଇଁ ସରକାର ସବୁଠୁ ବଡ ସ୍କିଲ ଡେଭଲ୍ପମେଣ୍ଟ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି। ଏହା ଅଧିନରେ ୫୦ହଜାର ଶମ୍ରିକଙ୍କୁ କୁଶଳୀ ହେବାର ତାଲିମ ଦିଆଯିବ। ସେମାନଙ୍କ ମଧ୍ୟର […]

nepal

Rakesh Mallick
  • Published: Wednesday, 15 July 2015
  • , Updated: 04 May 2017, 03:45 PM IST

କାଠମାଣ୍ଡୁ: ଭୂମିକମ୍ପ ବିଧ୍ୱଂସ୍ତ ନେପାଳରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ୫୦,୦୦୦ ଶ୍ରମିକଙ୍କୁ ପ୍ରଶିକ୍ଷଣ ଦେବେ ନେପାଳ ସରକାର। ଆଜି ନେପାଳ ସଂସଦରେ ବାର୍ଷିକ ବେଜଟ ଉପସ୍ଥାପନ କରିବା ଅବସରରେ ଏହି ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ରାମ ଶରଣ ମହତ।
ସେ କହିଥିଲେ, ଭୂକମ୍ପ ବିଧ୍ୱସ୍ତ ନେପାଳରେ ପୂନଃନିର୍ମାଣ କାର୍ଯ୍ୟ  କରିବାପାଇଁ ସରକାର ସବୁଠୁ ବଡ ସ୍କିଲ ଡେଭଲ୍ପମେଣ୍ଟ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି। ଏହା ଅଧିନରେ ୫୦ହଜାର ଶମ୍ରିକଙ୍କୁ କୁଶଳୀ ହେବାର ତାଲିମ ଦିଆଯିବ। ସେମାନଙ୍କ ମଧ୍ୟର ଅଛନ୍ତି ୧୦ହଜାର ବଢେଇ, ପାଣିମିସ୍ତ୍ରି, ଇଲେକ୍ଟ୍ରିସିଆନ ଓ ରାଜମିସ୍ତ୍ରି ।

ଏମାନଙ୍କୁ ତାଲିମ ଦିଆଯିବା ଦ୍ୱାରା ନେପାଳରେ କୁଶଳୀ ଶ୍ରମିକଙ୍କର ଯେଉଁ ଅଭାବ ପରିଲକ୍ଷିତ ହେଉଛି ତାହା ବି ପୂରଣ ହୋଇଯିବ। ପୁନଃନିର୍ମାଣ କାର୍ଯ୍ୟରେ ଏହି ଶମ୍ରିକମାନେ ସହଯୋଗୀ ସାବ୍ୟସ୍ତ ହେବେ ଓ ପୁନଃନିର୍ମାଣ କାର୍ଯ୍ୟ ଶେଷ ହେଲେ ଦେଶର ଆର୍ଥନୈତିକ ଅଭିବୃଦ୍ଧି ପୁଣି ଠିକ୍ ରାସ୍ତାକୁ ଆସିଯିବ।

ଅର୍ଥମନ୍ତ୍ରୀ ମହତ କହିଥିଲେ, ଗତ ଏପ୍ରିଲ ଓ ମେ ମାସରେ ଦୁଇ ଦୁଇଟି ବଡ ଭୂ-କମ୍ପ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଭୁଶୁଡି ଯାଇଛି। ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ୩ ପ୍ରତିଶତକୁ ହ୍ରାସ ପାଇଛି। ଗତ ୮ବର୍ଷରେ ଏହା ହେଉଛି ଦେଶର ସବୁଠୁ କମ୍ ଅଭିବୃଦ୍ଧି ହାର। ପୁନଃନିର୍ମାଣ କାର୍ଯ୍ୟ ଶେଷ ହୋଇଗଲା ପରେ ଦେଶର ଅଭିବୃଦ୍ଧିହାର ୬ ପ୍ରତିଶତ ଛୁଇଁବ।

ସେ ଆହୁରି ମଧ୍ୟ କହିଥିଲେ, ପୁନଃନିର୍ମାଣ ପାଇଁ ନେପାଳକୁ ୬,୬ ବିଲିୟନ ଡଲାର ଅର୍ଥ ଦରକାର। ଚଳିତ ବର୍ଷ ପୁନଃନିର୍ମାଣ କାର୍ଯ୍ୟ ପାଇଁ ୯୧୦ ମିଲିୟନ ଡଲାର ଖର୍ଚ୍ଚ କରିବେ।

Related story