'ବିଜେପି କର୍ମୀଙ୍କୁ ହତ୍ୟା କରାଯାଇନି, ସେ ଆତ୍ମହତ୍ୟା କରିଛନ୍ତି’ 

କୋଲକାତା: ଗତକାଲି ପଶ୍ଚମବଙ୍ଗ ପୁରୁଲିଆରେ ବିଜେପି କର୍ମୀ ଦୁଲାଲ କୁମାରଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି କହିଛି ପଶ୍ଚିମବଙ୍ଗ ପୋଲିସ। ଦୁଲାଲ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ବୋଲି ପୁରୁଲିଆ ଏସ୍‌ପି ଆକାଶ ମାଘାରିଆ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଗତକାଲି ପୁରୁଲିଆ ବଳରାମପୁରରେ ବିଜେପି କର୍ମୀ ଦୁଲାଲ କୁମାରଙ୍କ ମୃତଦେହ ଏକ ବିଦ୍ୟୁତ୍‌ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦୁଲାଲଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ହେଲେ ପାଞ୍ଚଜଣିଆ ଡାକ୍ତରୀ ଦଳ […]

purilia

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 05:00 PM IST

କୋଲକାତା: ଗତକାଲି ପଶ୍ଚମବଙ୍ଗ ପୁରୁଲିଆରେ ବିଜେପି କର୍ମୀ ଦୁଲାଲ କୁମାରଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି କହିଛି ପଶ୍ଚିମବଙ୍ଗ ପୋଲିସ। ଦୁଲାଲ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ବୋଲି ପୁରୁଲିଆ ଏସ୍‌ପି ଆକାଶ ମାଘାରିଆ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଗତକାଲି ପୁରୁଲିଆ ବଳରାମପୁରରେ ବିଜେପି କର୍ମୀ ଦୁଲାଲ କୁମାରଙ୍କ ମୃତଦେହ ଏକ ବିଦ୍ୟୁତ୍‌ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦୁଲାଲଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ହେଲେ ପାଞ୍ଚଜଣିଆ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିବା ପରେ  ଦୁଲାଲ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ୍ କହିଛି।

ଏଣେ ଏହି ଘଟଣାକୁ ମିଛ ବୋଲି କହିଛନ୍ତି ଦୁଲାଲଙ୍କ ପରିବାର ଲୋକେ। ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, “ମୋ ସ୍ୱାମୀ ୭ମାସ ତଳେ ବିଜେପିରେ ଯୋଗ ଦେଇଥିଲେ। ଯାହାକୁ ନେଇ ତୃଣମୂଳ କଂଗ୍ରେସ କର୍ମୀଙ୍କ ଚକ୍ଷୁଶୂଳ ହୋଇଥିଲେ ଓ ଶେଷରେ ତାଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଟାଙ୍ଗି ଦିଆଯାଇଥିଲା।”

 

 

Related story