ତେଜିଲା କନ୍ଦଳ, ସଂସଦୀୟ ଅଧ୍ୟକ୍ଷ ପଦରୁ ଓଲି ବିଦା

କାଠମାଣ୍ଡୁ: ନେପାଳର ବିଦାୟୀ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ନେତା ପଦରୁ ବିଦା ହୋଇଛନ୍ତି କେ.ପି ଶର୍ମା ଓଲି। ତାଙ୍କ ସ୍ଥାନରେ ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ନେତା ହୋଇଛନ୍ତି ପୁଷ୍ପକ କମଲ ଦହଲ ‘ପ୍ରଚଣ୍ଡ’। ଦଳ ବିରୋଧରେ ଯିବା କାରଣରୁ ଓଲିଙ୍କୁ ଦଳର ସଂସଦୀୟ କମିଟିର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଚାଇନା ସମର୍ଥନରେ ଆସି ଭାରତ ବିରୋଧୀ କାର୍ଯ୍ୟରେ ସାମିଲ୍ ଥିଲେ ଓଲି। ଏହାପରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ […]

KP SHARMA OLI

Subhransu Sekhar
  • Published: Wednesday, 23 December 2020
  • , Updated: 23 December 2020, 05:40 PM IST

କାଠମାଣ୍ଡୁ: ନେପାଳର ବିଦାୟୀ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ନେତା ପଦରୁ ବିଦା ହୋଇଛନ୍ତି କେ.ପି ଶର୍ମା ଓଲି। ତାଙ୍କ ସ୍ଥାନରେ ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ନେତା ହୋଇଛନ୍ତି ପୁଷ୍ପକ କମଲ ଦହଲ ‘ପ୍ରଚଣ୍ଡ’। ଦଳ ବିରୋଧରେ ଯିବା କାରଣରୁ ଓଲିଙ୍କୁ ଦଳର ସଂସଦୀୟ କମିଟିର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଚାଇନା ସମର୍ଥନରେ ଆସି ଭାରତ ବିରୋଧୀ କାର୍ଯ୍ୟରେ ସାମିଲ୍ ଥିଲେ ଓଲି। ଏହାପରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଯାଇଥିଲା।

ରବିବାର କେପି ଶର୍ମା ସଂସଦ ଭାଙ୍ଗି କରିବାକୁ ପରାମର୍ଶ ଦେଇଥିଲେ। ଯାହାକୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଅନୁମୋଦନ ଦେଇଥିଲେ। ଏହା ପରେ ଏପ୍ରିଲ-ମେ ମାସରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ବୁଧବାର ଅପରାହ୍ନରେ ଓଲି ଏବଂ ଦହଲଙ୍କ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା ଯେଉଁଥିରେ ପୁଷ୍ପ କମଲ ଦହଲ 'ପ୍ରଚଣ୍ଡ' ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।

https://twitter.com/ANI/status/1341687351878144000?s=20

ଏହାପୂର୍ବରୁ ମଙ୍ଗଳବାର କେନ୍ଦ୍ରୀୟ କମିଟି ବୈଠକ ପରେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଅଧ୍ୟକ୍ଷ ପଦରୁ ଓଲିଙ୍କୁ ହଟାଇବାକୁ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା। ଭାରତର କିଛି ଅଂଶକୁ ଜୋର ଜବରଦସ୍ତି ନିଜର ବୋଲି ଦାବି କରିଛି ନେପାଳ। ଚାଇନା ସମର୍ଥନରେ ନେପାଳ ତା’ର ସଂଶୋଧିତ ମ୍ୟାପ୍‌କୁ ସଂସଦରେ ପାସ୍‌ କରାଇଥିଲା। ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି। ସେହି ଦିନଠାରୁ କେ.ପି ଶର୍ମା ଓଲି ଦଳରୁ ସମାଲୋଚିତ ହୋଇ ଆସୁଥିଲେ।

Related story