ପୁଣି ପରମାଣୁ ବୋମା ପରୀକ୍ଷା କରିବ ଉତ୍ତର କୋରିଆ!

ସିଓଲ: ବାରମ୍ବାର ପରମାଣୁ ବୋମା ପରୀକ୍ଷା କରି ଯୁଦ୍ଧସ୍ଥିତି ସୃଷ୍ଟି କରୁଥିବା ଉତ୍ତର କୋରିଆ ଶୀଘ୍ର ଆଉ ଏକ ବୋମା ପରୀକ୍ଷା କରିବାକୁ ଯାଉଛି। ଏପରି ଆଶଙ୍କା ପ୍ରକାଶ କରିଛି ଦକ୍ଷିଣ କୋରିଆ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏସିଆ ଗସ୍ତ ବେଳେ ଉତ୍ତର କୋରିଆ ଏହି ପରମାଣୁ ବୋମା ପରୀକ୍ଷା କରିବ ବୋଲି କୁହାଯାଉଛି। ଦକ୍ଷିଣ କୋରିଆ ଗୁଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ଯେକୌଣସି ସମୟରେ ଉତ୍ତର କୋରିଆ ଏହି ପରମାଣୁ ବୋମା କରିପାରେ। ଏପରି […]

hydrogen-bomb

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 03:28 PM IST

ସିଓଲ: ବାରମ୍ବାର ପରମାଣୁ ବୋମା ପରୀକ୍ଷା କରି ଯୁଦ୍ଧସ୍ଥିତି ସୃଷ୍ଟି କରୁଥିବା ଉତ୍ତର କୋରିଆ ଶୀଘ୍ର ଆଉ ଏକ ବୋମା ପରୀକ୍ଷା କରିବାକୁ ଯାଉଛି। ଏପରି ଆଶଙ୍କା ପ୍ରକାଶ କରିଛି ଦକ୍ଷିଣ କୋରିଆ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏସିଆ ଗସ୍ତ ବେଳେ ଉତ୍ତର କୋରିଆ ଏହି ପରମାଣୁ ବୋମା ପରୀକ୍ଷା କରିବ ବୋଲି କୁହାଯାଉଛି।

ଦକ୍ଷିଣ କୋରିଆ ଗୁଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ଯେକୌଣସି ସମୟରେ ଉତ୍ତର କୋରିଆ ଏହି ପରମାଣୁ ବୋମା କରିପାରେ। ଏପରି ହେଲେ ଆମେରିକା ସହ ଉତ୍ତର କୋରିଆର ଯୁଦ୍ଧ ଆରମ୍ଭ ହୋଇଯାଇପାରେ।

ରିପୋର୍ଟ ଅନୁସାରେ ପ୍ୟୋଙ୍ଗୟାଙ୍ଗ ଚଳଚଞ୍ଚଳ ରହୁଛି। ଏକିତି ଲାଗୁଛି ବିଶ୍ୱକୁ ଉସକାଇବା ପାଇଁ କିମ ଜଙ୍ଗ ଉନ୍‌ ପୁଣି ଏକ ପରମାଣୁ ବୋମା ପରୀକ୍ଷା କରିପାରନ୍ତି। ସେପ୍ଟେମ୍ବର ପରେ ଉତ୍ତର କୋରିଆ ଆଉ କୌଣସି ପରମାଣୁ ବୋମା ପରୀକ୍ଷା କରିନାହିଁ। ଏକ ଟେଷ୍ଟ ସାଇଟ୍‌ରେ ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ପରେ ପରୀକ୍ଷାକୁ ବନ୍ଦ ରଖାଯାଇଥିଲା।

ଏପରି ସୂଚନା ମିଳିବା ପରେ ଆମେରିକା ମଧ୍ୟ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏମିତି ଲାଗୁଛି, ଉତ୍ତର କୋରିଆ ଏଥର ପରମାଣୁ ବୋମା ପରୀକ୍ଷା କଲେ, ଆମେରିକା ଆକ୍ରମଣ କରି କିମ ଜଙ୍ଗ ଉନ୍‌କୁ ଶିକ୍ଷା ଦେବାକୁ ପ୍ରସ୍ତୁତ ହୋଇସାରିଛି।

ଆହୁରି ମଧ୍ୟ ପଢନ୍ତୁ: ଜାଣନ୍ତୁ ପରମାଣୁ ଶକ୍ତିରେ କେଉଁ ଦେଶ ଆଗରେ: ପାକ୍‌ ଠାରୁ ଭାରତ ଶକ୍ତିଶାଳୀ

ସୂଚନାଯୋଗ୍ୟ, ଉତ୍ତର କୋରିଆ ଆମେରିକାକୁ ବାରମ୍ବାର ଧମକ ଦେଇ ଧ୍ୱଂସ କରିଦେବ ବୋଲି ଚେତାବନୀ ଦେଉଛି। ଏଥିପାଇଁ ସେ ଗୋଟିଏ ପରେ ଗୋଟିଏ ମିସାଇଲ ପରୀକ୍ଷା କରିଚାଲିଛି। ଯାହାର ଲକ୍ଷ୍ୟଭେଦ କ୍ଷମତାରେ ଆମେରିକାର ଏକାଧିକ ସହର ଆସିଯାଉଛନ୍ତି। ଏପରିସ୍ଥିତିରେ ସ୍ଥଳପଥରେ ଉତ୍ତର କୋରିଆକ ଆକ୍ରମଣ କରି ଏହାର ପରମାଣୁ ବୋମାକୁ ସୁରକ୍ଷିତ କରିବାକୁ ଆମେରିକା ଯୋଜନା ଚଲାଇଛି।

Related story