କ୍ୱେଟାରେ ବୋମା ବିସ୍ଫୋରଣ, ୫୫ ମୃତ, ୧୦୦ ଆହତ

ଇସଲାମ୍‌ବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାର ଏକ ସରକାରୀ ହସ୍ପିଟାଲରେ ସୋମବାର ସକାଳେ ବୋମା ବିସ୍ଫୋରଣ ହୋଇଛି।  ଏଥିରେ ପ୍ରାୟ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ  ବେଲୁଚିସ୍ତାନର ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ବିଲାଲ୍‌ ଅନବର୍‌ କାସୀଙ୍କୁ କିଛି ଅଜଣା ବ୍ୟକ୍ତି […]

quetta

Rakesh Mallick
  • Published: Monday, 08 August 2016
  • , Updated: 04 May 2017, 03:44 PM IST

ଇସଲାମ୍‌ବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାର ଏକ ସରକାରୀ ହସ୍ପିଟାଲରେ ସୋମବାର ସକାଳେ ବୋମା ବିସ୍ଫୋରଣ ହୋଇଛି।  ଏଥିରେ ପ୍ରାୟ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହି ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ  ବେଲୁଚିସ୍ତାନର ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ବିଲାଲ୍‌ ଅନବର୍‌ କାସୀଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ  ନୱାଜ ସରିଫ୍‌ କ୍ୱେଟା ବିସ୍ଫୋରଣକୁ ନିନ୍ଦା କରିଛନ୍ତି।

Related story