ଆର.କେ ନଗର ଉପ-ନିର୍ବାଚନ; ପ୍ରାର୍ଥିପତ୍ର ଦାଖଲ କଲେ ଜୟଲଳିତା

ଚେନ୍ନାଇ:ଆର.କେ ନଗର ଉପ-ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତା। ଆଜି ଅପରାହ୍ନର ପ୍ରାୟ ୨ଟା ବେଳେ ଟୋଣ୍ଡିଆରପେଟ୍ ଜୋନାଲ୍ ଅଫିସରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସହିତ ତାଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀ, ଦଳୀୟ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ଜୟଲଳିତା ତାଙ୍କର ବାସଭବନରୁ ବାହାରି ପ୍ରାର୍ଥିପତ୍ର ଦାଖଲ କରିବାକୁ ଗଲା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ତାଙ୍କ ସମର୍ଥକ […]

Jayalalithaa

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 01:21 PM IST

ଚେନ୍ନାଇ:ଆର.କେ ନଗର ଉପ-ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତା। ଆଜି ଅପରାହ୍ନର ପ୍ରାୟ ୨ଟା ବେଳେ ଟୋଣ୍ଡିଆରପେଟ୍ ଜୋନାଲ୍ ଅଫିସରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସହିତ ତାଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀ, ଦଳୀୟ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ଜୟଲଳିତା ତାଙ୍କର ବାସଭବନରୁ ବାହାରି ପ୍ରାର୍ଥିପତ୍ର ଦାଖଲ କରିବାକୁ ଗଲା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ତାଙ୍କ ସମର୍ଥକ ମାନେ ଉପସ୍ଥିତ ରହିଥିଲେ ଓ ତାଙ୍କ ଜୟଜୟ କାର କରିଥିଲେ। ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ୧୦୦୦ରୁ ଅଧିକ ପୋଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ମେ’୧୧ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଆୟ ବର୍ହିଭୁତ ସଂପତ୍ତିଠୁଳ ମାମଲାରେ ତାଙ୍କୁ ଦୋଷମୁକ୍ତ କରିବା ପରେ ମେ’୨୩ ତାରିଖରେ ସେ ପୁଣି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଗତ ବର୍ଷ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ନୂଆ ନିୟମ ଅନୁଯାୟୀ ଜୟଲଳିତାଙ୍କର ବଧାନସଭା ସଦସ୍ୟତା ଆପେ ରଦ୍ଦ ହୋଇଯାଇଥିଲା। ତେଣୁ ସମ୍ବିଧାନ ଅନୁସାରେ ତାଙ୍କୁ ୬ ମାସ ଭିତରେ ପୁଣି ଥରେ ବିଧାନସଭାକୁ ନିର୍ବାଚିତ ହେବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଗତ ମେ’ ୧୭ ତାରିଖରେ ଏଆଇଏଡିଏମକେର ଆର କେ ନଗର ବିଧାୟକ ପି ଭେଟ୍ରିଭେଲ୍ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ। ଜୟଲଳିତାଙ୍କ ସହିତ ଏହି ଆସନରୁ ଅନ୍ୟାନ୍ୟ ଦଳରୁ ଆଉ ୫ ଜଣ ପ୍ରାର୍ଥୀ ହୋଇଛନ୍ତି।

Related story