ରାଧେ ମା’ଙ୍କ ସପକ୍ଷରେ ବାହାରିଲେ ବିଜେପି ସାଂସଦ ବିଜୟ ସାମ୍ପଲା

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ନେଇ ବିବାଦୀୟ ହୋଇପଡ଼ିଥିବା ରାଧେ ମା’ଙ୍କ ସପକ୍ଷରେ ବାହାରିଛନ୍ତି ବିଜେପି ସାଂସଦ ବିଜୟ ସାମ୍ପଲା। ସେ କହିଛନ୍ତି ଯେ ରାଧା ମା’ଙ୍କୁ ‘ଦେବୀ’ କହିବାରେ କିଛି ଭୁଲ୍ ନାହିଁ। ଯେକୌଣସି ବ୍ୟକ୍ତିଙ୍କୁ ପୂଜା କରିବାର ଅଧିକାର ସମସ୍ତଙ୍କର ରହିଛି। ସେହିଭଳି ରାଧା ମା’ଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକ ଠିକ୍ ବୋଲି ସେ ଭାବୁ ନାହାନ୍ତି। ସେହିପରି ଅଭିଯୋଗ ଆସିଲେ ଜଣେ ଅପରାଧୀ ହୋଇଯାଏ ନାହିଁ ବୋଲି ବିଜୟ ସାମ୍ପଲ କହିଛନ୍ତି। ଏହି ବିଜେପି […]

radhemaa

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 05:17 AM IST

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ନେଇ ବିବାଦୀୟ ହୋଇପଡ଼ିଥିବା ରାଧେ ମା’ଙ୍କ ସପକ୍ଷରେ ବାହାରିଛନ୍ତି ବିଜେପି ସାଂସଦ ବିଜୟ ସାମ୍ପଲା। ସେ କହିଛନ୍ତି ଯେ ରାଧା ମା’ଙ୍କୁ ‘ଦେବୀ’ କହିବାରେ କିଛି ଭୁଲ୍ ନାହିଁ। ଯେକୌଣସି ବ୍ୟକ୍ତିଙ୍କୁ ପୂଜା କରିବାର ଅଧିକାର ସମସ୍ତଙ୍କର ରହିଛି। ସେହିଭଳି ରାଧା ମା’ଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକ ଠିକ୍ ବୋଲି ସେ ଭାବୁ ନାହାନ୍ତି। ସେହିପରି ଅଭିଯୋଗ ଆସିଲେ ଜଣେ ଅପରାଧୀ ହୋଇଯାଏ ନାହିଁ ବୋଲି ବିଜୟ ସାମ୍ପଲ କହିଛନ୍ତି।

ଏହି ବିଜେପି ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ ସେ ସବୁ ଧର୍ମକୁ ସମ୍ମାନ କରନ୍ତି।

ସୂଚନାଯୋଗ୍ୟ, ସ୍ୱଘୋଷିତ ‘ମାତା’ ରାଧା ମା’ ଏକ ଯୌତୁକ ମାମଲାରେ ଛନ୍ଦି ହୋଇଛନ୍ତି। ସେ ତାଙ୍କର ଜଣେ ଭକ୍ତର ବୋହୂଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ବାହାଘର ସମୟରେ ଶ୍ୱଶୁର ଘର ଲୋକଙ୍କୁ ୧୦୨ କୋଟି ଟଙ୍କାର ସୁନାଗହଣା ଦିଆଯାଇଥିବା ସତ୍ତ୍ୱେ ତାଙ୍କୁ ଆହୁରି ଯୌତୁକ ଆଣିବା ପାଇଁ ରାଧା ମା’ଙ୍କ ଜରିଆରେ ନିର୍ଯାତନା ଦିଆଯାଉଛି। ଏହା ସହିତ ଅନେକ ଲୋକଙ୍କୁ ରାଧା ମା’ ଆତ୍ମହତ୍ୟା କରିବା ପାଇଁ ପ୍ରୋତ୍ସାହିତ କରିଥିବା ନେଇ ଅଭିଯୋଗ ହୋଇଛି। ମୁମ୍ବାଇର ‘କୁଚ୍ ଲଡାୟକ ମଂଚ’ ନାମକ ଏକ ସଂଗଠନ ଅଭିଯୋଗ କରିଛନ୍ତି ଯେ ୨୦୧୪ ମାର୍ଚ୍ଚ ୭ ତାରିଖରେ ଗୁଜରାଟର କୁଚ ଜିଲ୍ଲାର ଅଞ୍ଜର ତହସିଲର ନିଙ୍ଗାଲରେ ୭ ଜଣ ଲୋକଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ଅନ୍ୟପକ୍ଷରେ ରାଧା ମା’ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related story