ବଦଳିଗଲା ତିନି ରେଡିଓ ଷ୍ଟେସନର ନାମ

ଶ୍ରୀନଗର: ଆଜିଠୁ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ଏହାପରେ ଉଭୟ ପ୍ରଶାସନିକ କ୍ଷମତା ଓ ଭୌଗଳିକ ଚିତ୍ର ବଦଳିଯାଇଛି। ଏହି ପରିବର୍ତ୍ତନ ଭିତରେ ଜମ୍ମୁ କଶ୍ନୀରରେ ଥିବା ତିନୋଟି ରେଡିଓ ଷ୍ଟେସନର ନାମ ପରିବର୍ତ୍ତନ ହୋଇଛି। ଜମ୍ମୁ, ଶ୍ରୀନଗର ଏବଂ ଲେହରେ ଥିବା ତିନୋଟି ରେଡିଓ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ଅଲ୍ ଇଣ୍ଡିଆ ରେଡିଓ/ଆକଶବାଣୀ ଜମ୍ମୁ, ଶ୍ରୀନଗର ଏବଂ ଲେହ ହୋଇଛି। ଆଜିଠୁ ଘାଟିରେ ରେଡିଓ ଜମ୍ମୁ ବଦଳରେ ଆକାଶବାଣୀ […]

RADIO(1)

Subhransu Sekhar
  • Published: Thursday, 31 October 2019
  • , Updated: 31 October 2019, 02:00 PM IST

ଶ୍ରୀନଗର: ଆଜିଠୁ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ଏହାପରେ ଉଭୟ ପ୍ରଶାସନିକ କ୍ଷମତା ଓ ଭୌଗଳିକ ଚିତ୍ର ବଦଳିଯାଇଛି। ଏହି ପରିବର୍ତ୍ତନ ଭିତରେ ଜମ୍ମୁ କଶ୍ନୀରରେ ଥିବା ତିନୋଟି ରେଡିଓ ଷ୍ଟେସନର ନାମ ପରିବର୍ତ୍ତନ ହୋଇଛି। ଜମ୍ମୁ, ଶ୍ରୀନଗର ଏବଂ ଲେହରେ ଥିବା ତିନୋଟି ରେଡିଓ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ଅଲ୍ ଇଣ୍ଡିଆ ରେଡିଓ/ଆକଶବାଣୀ ଜମ୍ମୁ, ଶ୍ରୀନଗର ଏବଂ ଲେହ ହୋଇଛି। ଆଜିଠୁ ଘାଟିରେ ରେଡିଓ ଜମ୍ମୁ ବଦଳରେ ଆକାଶବାଣୀ ଜମ୍ମୁର ବାର୍ତ୍ତା ଲୋକମାନେ ଶୁଣୁଛନ୍ତି।

https://twitter.com/ANI/status/1189777218211213312

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଅଧିକାଂଶ ସମୟ ହୋଇଥାଏ। ତେଣୁ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ଉପରେ ଅଧିକାଂଶ ସମୟ ପ୍ରତିବନ୍ଧକ ରହିଥାଏ। ତେଣୁ ଏଠିକାର ଲୋକଙ୍କ ଜୀବନଧାରା ସହିତ ରେଡିଓ ଜଡ଼ିତ ରହିଥାଏ।

Related story