ଆପ୍‌ର ଅଫର୍‌କୁ ଗ୍ରହଣ କଲେ ନାହିଁ ରଘୁରାମ ରାଜନ୍

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ଅଫର୍‌କୁ ମନା କରି ଦେଇଛନ୍ତି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍। ରାଜ୍ୟସଭା ପଠାଇବାକୁ ରାଜନଙ୍କୁ ଦଳ ପ୍ରସ୍ତାବ ଦେଇଥିଲା। ଆପ୍‌ର ପ୍ରସ୍ତାବ ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ରାଜନଙ୍କ ମତାମତ ଚାହିଁଥିଲେ। ଏନେଇ  ରାଜନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ କୁହାଯାଇଛି,“ପ୍ରଫେସର ରାଜନ୍‌ ଶିକ୍ଷା ସମ୍ୱନ୍ଧୀୟ ଅନେକ କାମରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଚିକାଗୋ ବିଶ୍ୱବିଦ୍ୟାଳୟ ଛାଡ଼ିବା ନେଇ ତାଙ୍କର କୌଣସି ଯୋଜନା ନାହିଁ।” ଦିଲ୍ଲୀରୁ ୩ […]

Raghuram-Rajan

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 09:31 AM IST

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ଅଫର୍‌କୁ ମନା କରି ଦେଇଛନ୍ତି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍। ରାଜ୍ୟସଭା ପଠାଇବାକୁ ରାଜନଙ୍କୁ ଦଳ ପ୍ରସ୍ତାବ ଦେଇଥିଲା। ଆପ୍‌ର ପ୍ରସ୍ତାବ ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ରାଜନଙ୍କ ମତାମତ ଚାହିଁଥିଲେ। ଏନେଇ  ରାଜନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ କୁହାଯାଇଛି,“ପ୍ରଫେସର ରାଜନ୍‌ ଶିକ୍ଷା ସମ୍ୱନ୍ଧୀୟ ଅନେକ କାମରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଚିକାଗୋ ବିଶ୍ୱବିଦ୍ୟାଳୟ ଛାଡ଼ିବା ନେଇ ତାଙ୍କର କୌଣସି ଯୋଜନା ନାହିଁ।”

ଦିଲ୍ଲୀରୁ ୩ ଜଣ ରାଜ୍ୟସଭାକୁ ଯିବେ। ତିନିରୁ ତିନି ଆସନ ପାଇଁ ଆମ୍‌ ଆଦମୀ ପାର୍ଟି ହିଁ ପ୍ରାର୍ଥୀ ଚୟନ କରିବ। କାରଣ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର ୬୬ ଜଣ ବିଧାୟକ ଅଛନ୍ତି।

ଦଳ ପକ୍ଷରୁ କୁହାଯାଇଛି,“ରାଜ୍ୟସଭା ସିଟ୍‌ ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରୁ ପ୍ରାର୍ଥୀ ଚୟନ ପାଇଁ ଚିନ୍ତା କରାଯାଉଛି। ସେଥିମଧ୍ୟରୁ ରଘୁରାମ ରାଜନଙ୍କ ନାଁ ମଧ୍ୟ ଥିଲା।”

ଆପ୍‌ର ଆଗଧାଡ଼ିର ନେତା କୁମାର ବିଶ୍ୱାସ ରାଜ୍ୟସଭା ଯିବା ପାଇଁ ଚାହୁଁଛନ୍ତି ବୋଲି ଜଣାପଡ଼ିଛି।

କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ, ଡ.କରଣ ସିଂହ ଓ ପରଭେଜ ହାସମୀ ଏବେ ଦିଲ୍ଲୀରୁ ରାଜ୍ୟସଭା ସାଂସଦ ଅଛନ୍ତି। ସେମାନଙ୍କ କାର୍ଯ୍ୟକାଳ ଆସନ୍ତା ଜାନୁଆରୀ ମାସରେ ଶେଷ ହେବ।

Related story