‘ମେକ୍-ଇନ୍-ଇଣ୍ଡିଆ’କୁ ଏମିତି କଟାକ୍ଷ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ‘ମେକ୍-ଇନ୍-ଇଣ୍ଡିଆ’ ଏବେ ‘ବାଏ ଫ୍ରମ୍ ଚାଇନା’ ( ଚାଇନାରୁ କିଣ) ହୋଇଛି। ୨୦୧୪ ତୁଳନାରେ ଏବେ ୧୦୦ ପ୍ରତିଶତ ବାହାର ଜିନିଷ ଦେଶରେ ପ୍ରବେଶ କରିଛି। ଯାହାକି, ଶସ୍ତାରେ ବିକ୍ରି ହେଉଛି। କାରଣ ସେହି ଜିନିଷ ଚାଇନା ଦ୍ୱାରା ପ୍ରସ୍ତୁତ ହେଉଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଟୁଇଟ୍ କରି କେନ୍ଦ୍ର ବିରୋଧରେ ଏଭଳି ବର୍ଷିଛନ୍ତି। ଏଥିସହ ଆରସିଇପି (ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍)କୁ ନେଇ ରାହୁଲ କହିଛନ୍ତି, ‘ଆରଇସିପି ଦ୍ୱାରା ଦେଶରେ […]

rahul gandhi parliament outside

Subhransu Sekhar
  • Published: Monday, 04 November 2019
  • , Updated: 04 November 2019, 05:18 PM IST

ନୂଆଦିଲ୍ଲୀ: ‘ମେକ୍-ଇନ୍-ଇଣ୍ଡିଆ’ ଏବେ ‘ବାଏ ଫ୍ରମ୍ ଚାଇନା’ ( ଚାଇନାରୁ କିଣ) ହୋଇଛି। ୨୦୧୪ ତୁଳନାରେ ଏବେ ୧୦୦ ପ୍ରତିଶତ ବାହାର ଜିନିଷ ଦେଶରେ ପ୍ରବେଶ କରିଛି। ଯାହାକି, ଶସ୍ତାରେ ବିକ୍ରି ହେଉଛି। କାରଣ ସେହି ଜିନିଷ ଚାଇନା ଦ୍ୱାରା ପ୍ରସ୍ତୁତ ହେଉଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଟୁଇଟ୍ କରି କେନ୍ଦ୍ର ବିରୋଧରେ ଏଭଳି ବର୍ଷିଛନ୍ତି।

ଏଥିସହ ଆରସିଇପି (ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍)କୁ ନେଇ ରାହୁଲ କହିଛନ୍ତି, ‘ଆରଇସିପି ଦ୍ୱାରା ଦେଶରେ ଶସ୍ତା ଜିନିଷ ଅଧିକ ବିକ୍ରି ହେବ। ଅନେକ ଲୋକ ଚାକିରୀ ହରାଇବେ। ଦେଶର ଅର୍ଥନୀତିକୁ ବହୁତ ବଡ଼ କ୍ଷତି ହେବ’।

https://twitter.com/RahulGandhi/status/1191268263222661126

ସୂଚନାଯୋଗ୍ୟ, ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆରଇସିପିରେ ଭାରତର ଭାଗିଦାରୀକୁ ନେଇ ଆଲୋଚନା ହେବ। ଏଥିସହ ଥାଇଲାଣ୍ଡ ସହ ଭାରତର ଆରଇସିପିକୁ ନେଇ ଥିବା ବିବାଦର ସମାଧାନ ହେବ ବୋଲି ଜଣାପଡ଼ିଛି।

Related story