ଗୁଜରାଟ ଅମୂଲ୍ୟ, ଏହା ଦ୍ରବ୍ୟ ନୁହେଁ ବିକ୍ରି ହୋଇଯିବ: ବିଜେପିକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପଟିଦାର ନେତା ତଥା ପଟିଦାର ଆନ୍ଦୋଳନର ସଂଯୋଜକ ନରେନ୍ଦ୍ର ପଟେଲଙ୍କୁ କିଣିବାକୁ  ବିଜେପି କୋଟିଏ ଟଙ୍କା ଦେଇଥିବା  ଅଭିଯୋଗ ପରେ ରାଜ୍ୟ ରାଜନୀତି ଉଷ୍ନ  ହେବାର ଲାଗିଛି। ଏହି ଘଟଣାକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି,“ଗୁଜରାଟ ଅମୂଲ୍ୟ, ଏହା  ବିକ୍ରି ହେବା ଜିନିଷ ନୁହେଁ। ଏହାକୁ କେହି କିଣି ପାରିବେ ନାହିଁ କି କେବେ ବିକ୍ରି ହୋଇ ପାରିବ ନାହିଁ।” କଂଗ୍ରେସ ନେତା […]

rahul-gandhi

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 01:42 PM IST

ନୂଆଦିଲ୍ଲୀ: ପଟିଦାର ନେତା ତଥା ପଟିଦାର ଆନ୍ଦୋଳନର ସଂଯୋଜକ ନରେନ୍ଦ୍ର ପଟେଲଙ୍କୁ କିଣିବାକୁ  ବିଜେପି କୋଟିଏ ଟଙ୍କା ଦେଇଥିବା  ଅଭିଯୋଗ ପରେ ରାଜ୍ୟ ରାଜନୀତି ଉଷ୍ନ  ହେବାର ଲାଗିଛି। ଏହି ଘଟଣାକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି,“ଗୁଜରାଟ ଅମୂଲ୍ୟ, ଏହା  ବିକ୍ରି ହେବା ଜିନିଷ ନୁହେଁ। ଏହାକୁ କେହି କିଣି ପାରିବେ ନାହିଁ କି କେବେ ବିକ୍ରି ହୋଇ ପାରିବ ନାହିଁ।”

କଂଗ୍ରେସ ନେତା ମନୀଷ ତିୱାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,“ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରିଥିଲା।”

ସେ ଆହୁରି କହିଛନ୍ତି, “ ବିଜେପିକୁ ଭୋଟ ନ ଦେଲେ ଗୁଜରାଟକୁ ପଇସା  ଦେବା ବନ୍ଦ କରିଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟବାସୀଙ୍କୁ ଚେତାବନୀ ଦେଇଛନ୍ତି,।”

ମନୀଷ  କହିଛନ୍ତି, “ଭାରତୀୟ ଜନତା ପାର୍ଟି ନିର୍ବାଚନକୁ ଡରୁଛି। ସେଥିପାଇଁ ନିର୍ବାଚନ ନ  କରିବାକୁ ପାଇଁ ଚାହୁଁଛି। ବିଜେପି ଗୁଜରାଟରେ ହାରୁଛି।  ସାଧାରଣଜନତା ବିଜେପି ବିରୋଧରେ ବିଦ୍ରୋହ କରିବା ଆରମ୍ଭ କଲେଣି।”

Related story