ଆମେରିକାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ: ଆମେରିକାର ହୋଷ୍ଟନରେ ଆୟୋଜିତ ହେଉଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯିବା ନିଷ୍ପତ୍ତିକୁ ହାଓଡି କାର୍ଯ୍ୟକ୍ରମ ସହ ଯୋଡ଼ିଛନ୍ତି ରାହୁଲ୍। ସେ ଟୁଇଟ୍ କରି କହିଛନ୍ତି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଜରିଆରେ ଦେଶର ଆର୍ଥିକ ସ୍ଥିତିକୁ ଲୁଚାଇ ହେବ ନାହିଁ । ଏହି କାର୍ଯ୍ୟକ୍ରମ ଦୁନିଆର ସବୁଠାରୁ ବ୍ୟୟବହୁଳ କାର୍ଯ୍ୟକ୍ରମ। ଏଥିପାଇଁ ୧.୪ ଲକ୍ଷ କୋଟି ଟଙ୍କା […]

rahul gandhi

Subhransu Sekhar
  • Published: Friday, 20 September 2019
  • , Updated: 20 September 2019, 07:09 PM IST

ନୂଆଦିଲ୍ଲୀ: ଆମେରିକାର ହୋଷ୍ଟନରେ ଆୟୋଜିତ ହେଉଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯିବା ନିଷ୍ପତ୍ତିକୁ ହାଓଡି କାର୍ଯ୍ୟକ୍ରମ ସହ ଯୋଡ଼ିଛନ୍ତି ରାହୁଲ୍।

ସେ ଟୁଇଟ୍ କରି କହିଛନ୍ତି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଜରିଆରେ ଦେଶର ଆର୍ଥିକ ସ୍ଥିତିକୁ ଲୁଚାଇ ହେବ ନାହିଁ । ଏହି କାର୍ଯ୍ୟକ୍ରମ ଦୁନିଆର ସବୁଠାରୁ ବ୍ୟୟବହୁଳ କାର୍ଯ୍ୟକ୍ରମ। ଏଥିପାଇଁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣାପଡ଼ିଛି।

https://twitter.com/RahulGandhi/status/1174977095866277889

ମୋଦି ୨୨ ତାରିଖରେ ହୋଷ୍ଟନରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକାବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମର ନାଁ ‘ହାଓଡି ମୋଦି’ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ।

Related story