ସରକାରଙ୍କ ନୀତି ପାଇଁ ବେରୋଜଗାର ବଢ଼ିଛି, ଅଭିବୃଦ୍ଧି କମିଛି: ରାହୁଲ୍

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିରୋଧରେ ଟ୍ୱିଟ୍ କରି ବର୍ଷିଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କେବେଳ ତାଙ୍କର କିଛି ସହଯୋଗୀଙ୍କ କଥା ଶୁଣନ୍ତି ଏବଂ ବିକାଶ କାର୍ଯ୍ୟରେ ଏହାକୁ ବିନିଯୋଗ କରନ୍ତି। ହେଲେ ତାଙ୍କ ସରକାରୀ ନୀତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି। ଜିଡିପିରେ ମଧ୍ୟ ଐତିହାସିକ ହ୍ରାସ ଘଟିଛି | […]

rahul

Subhransu Sekhar
  • Published: Thursday, 10 September 2020
  • , Updated: 10 September 2020, 03:44 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିରୋଧରେ ଟ୍ୱିଟ୍ କରି ବର୍ଷିଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କେବେଳ ତାଙ୍କର କିଛି ସହଯୋଗୀଙ୍କ କଥା ଶୁଣନ୍ତି ଏବଂ ବିକାଶ କାର୍ଯ୍ୟରେ ଏହାକୁ ବିନିଯୋଗ କରନ୍ତି। ହେଲେ ତାଙ୍କ ସରକାରୀ ନୀତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି। ଜିଡିପିରେ ମଧ୍ୟ ଐତିହାସିକ ହ୍ରାସ ଘଟିଛି | ସରକାରୀ ନୀତି ଭାରତର ଯୁବକଙ୍କ ଭବିଷ୍ୟତକୁ ଅନ୍ଧାର ଘେରକୁ ଠେଲି ଦେଇଛି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି ଯେ କରୋନା ପୂର୍ବରୁ ଫେବୃଆରୀରେ ମୁଁ କହିଥିଲି ଯେ ବିପର୍ଯ୍ୟୟ ଆସୁଛି, ପ୍ରସ୍ତୁତ ହୁଅ କିନ୍ତୁ ସରକାର ମୋତେ ପରିହାସ କରିଥିଲେ। ଯେତେବେଳେ ବିପର୍ଯ୍ୟୟ ଆସିଲା, ମୁଁ ପୁନର୍ବାର ପରାମର୍ଶ ଦେଇଥିଲି ଯେ ଯୁବକମାନଙ୍କ ଭବିଷ୍ୟତ ପାଇଁ ତିନୋଟି ଜିନିଷ କରିବାକୁ ହେବ। 'ଜଷ୍ଟିସ୍ ସ୍କିମ୍' ପରି ଯୋଜନାକୁ ଲାଗୁ କରିବାକୁ କହିଥିଲା। ଏଭଳି କହିବାର ମୋର ଉଦ୍ଦେଶ୍ୟ ଥିଲା, ଏକ କ୍ଷୁଦ୍ର ମଧ୍ୟମ ଶିଳ୍ପ, ସେମାନଙ୍କୁ ସୁରକ୍ଷା, ସାହାଯ୍ୟ ଏବଂ ରଣନୀତିକ ଶିଳ୍ପ ପରିଚାଳନା କରିବା। ହେଲେ ସରକାର କିଛି ଶୁଣିନଥିଲେ।

ହେଲେ ମୋଦିଙ୍କ 15ରୁ 20 ବନ୍ଧୁ କିନ୍ତୁ କୋଟି ଟଙ୍କା ଋଣ ଏବଂ ଟ୍ୟାକ୍ସ ରିହାତି ପାଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। 'ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ଭାରତର ଯୁବକମାନେ ଆପଣଙ୍କ ଆଡକୁ ଚାହିଁଛନ୍ତି। ଆପଣଙ୍କ ପାଇଁ ଭାରତର ଅର୍ଥନୀତି ନଷ୍ଟ ହୋଇଛି, ଆପଣ ଯୁବକମାନଙ୍କର ଭବିଷ୍ୟତକୁ ନଷ୍ଟ କରିଛନ୍ତି"।

ରାହୁଲ ଗାନ୍ଧୀ ନିଜ ଟ୍ୱିଟର ଆକାଉଣ୍ଟରେ #SpeakUpForJobs  ନାଁରେ ଏକ ଅଂଶ ଶେୟାର କରିଛନ୍ତି। କରୋନା ମହାମାରୀ ବେଳେ ବିନା କୌଣସି ରଣନୀତି ତିଆରି କରି ଲକଡାଉନ୍ କରିବା ଦ୍ୱାରା ଦେଶର ଅର୍ଥନୀତିରେ ଅନେକ କ୍ଷତି ସହୁଛି। ଜିଡିପିରେ 23.9 ପ୍ରତିଶତ ହ୍ରାସ ଘଟିଛି, ଲକ୍ଷ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି। କ୍ଷୁଦ୍ର-ମଧ୍ୟମ ବ୍ୟବସାୟ ନଷ୍ଟ ହୋଇଯାଇଛି। ବେକାର ଯୁବକ, ଗରିବ ପରିବାରକୁ ତୁରନ୍ତ କେନ୍ଦ୍ର ସରକାର ନ୍ୟାୟ ଦେବା ଉଚିତ୍। ଗୋଟିଏ ବର୍ଷ ପାଇଁ ପ୍ରତି ମାସରେ ଛଅ ହଜାର ଟଙ୍କା ଦେବା ଦରକାର ବୋଲି ରାହୁଲ କହିଛନ୍ତି।

https://twitter.com/RahulGandhi/status/1303967330599272449

କେନ୍ଦ୍ର ସରକାରଙ୍କ 10 ଲକ୍ଷରୁ ଅଧିକ ଖାଲି ପଦବୀ ଶୀଘ୍ର ପୂରଣ କରାଯିବା ଉଚିତ୍। ରୋଜଗାରର ସୁଯୋଗକୁ ସମର୍ଥନ କରିବା ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସମର୍ଥନ କରିବା ପାଇଁ ବିଜେପି ସରକାର ଏହାର ନୀତିରେ ସଂଶୋଧନ କରିବା ଉଚିତ୍ ବୋଲି ରାହୁଲ କହିଛନ୍ତି।

Related story