ମାସୁଦ ଆଝାରକୁ ଜୀ ବୋଲି ସମ୍ବୋଧନ କରିଛନ୍ତି ରାହୁଲ: ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ସମ୍ପର୍କକୁ ନେଇ ବିଜେପି ଏକ ଭିଡିଓ ଜାରି କରିଛି। ଏଥିରେ ରାହୁଲ ଆତଙ୍କବାଦୀ ମାସୁଦ ଆଝାରକୁ ‘ଆଝାରଜୀ’ ବୋଲି ସମ୍ବୋଧନ କରୁଥିବା ଦେଖିବାକୁ ମିଳୁଛି। ‘ରାହୁଲ ଲଭସ୍‌ ଟେରୋରିଷ୍ଟ’ ଶୀର୍ଷକ ଭିଡିଓକୁ ବିଜେପି ନିଜ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ଏଥିରେ ଦଳ କହିଛି, “ପୁଲୱାମା ହମ୍‌ଲାରେ ବଳିଦାନ ଦେଇଥିବା ୪୪ ଜଣ ସହିଦଙ୍କୁ ରାହୁଲ ଅପମାନିତ କରିବା ସହ ଏମାନଙ୍କ […]

u

Hemant Lenka
  • Published: Monday, 11 March 2019
  • , Updated: 11 March 2019, 09:59 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ସମ୍ପର୍କକୁ ନେଇ ବିଜେପି ଏକ ଭିଡିଓ ଜାରି କରିଛି। ଏଥିରେ ରାହୁଲ ଆତଙ୍କବାଦୀ ମାସୁଦ ଆଝାରକୁ ‘ଆଝାରଜୀ’ ବୋଲି ସମ୍ବୋଧନ କରୁଥିବା ଦେଖିବାକୁ ମିଳୁଛି।

‘ରାହୁଲ ଲଭସ୍‌ ଟେରୋରିଷ୍ଟ’ ଶୀର୍ଷକ ଭିଡିଓକୁ ବିଜେପି ନିଜ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ଏଥିରେ ଦଳ କହିଛି, “ପୁଲୱାମା ହମ୍‌ଲାରେ ବଳିଦାନ ଦେଇଥିବା ୪୪ ଜଣ ସହିଦଙ୍କୁ ରାହୁଲ ଅପମାନିତ କରିବା ସହ ଏମାନଙ୍କ ଜୀବନ ନେଇଥିବା ଆତଙ୍କବାଦୀଙ୍କୁ ଆଝାରଜୀ ବୋଲି କହୁଛନ୍ତି।” ତେବେ ବିଜେପି ଜାଣିଶୁଣି ରାହୁଲ ଗାନ୍ଧିଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରି ଭିଡିଓ ଶେୟାର କରିଛି ବୋଲି କଂଗ୍ରେସ କହିଛି।

ରାହୁଲ କହିଛନ୍ତି ଯେ “ବର୍ତ୍ତମାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୋଟିଏ ବିମାନରେ ମାସୁଦ ଆଝାରଜୀଙ୍କ ସହ ଯାଇଥିଲେ ଏବଂ ମାସୁଦ ଆଝାରକୁ କାନ୍ଦାହାରରେ ଛାଡ଼ିଥିଲେ।”

ପୂର୍ବରୁ କଂଗ୍ରେସ ନେତା ଦିଗବିଜୟ ସିଂହ ଓସାମା ବିନ୍‌ ଲାଡେନ୍‌ଜୀ ଓ ହାଫିଜ ସୟିଦ ସାହେବ କହିଥିଲେ। ଏବେ କଂଗ୍ରେସ ଅଧ୍ୟକ୍ଷ ମାସୁଦ ଆଝାରକୁ ଜୀ ବୋଲି ସମ୍ବୋଧନ କରୁଛନ୍ତି। କଂଗ୍ରେସ ଦଳର କେଉଁଠି ଅସୁବିଧା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି।

https://twitter.com/i/status/1105092724213059585

Related story