କଂଗ୍ରେସ ପାଇଁ ଭୋଟ ମାଗିବାକୁ ଗୁଜରାଟରେ ରାହୁଲ

ଅହମଦାବାଦ୍‌: ଗୁଜରାଟରେ ନିର୍ବାଚନୀ ପ୍ରଚାରରେ ବାହାରିଛନ୍ତି କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ। ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇ ରାହୁଲ ଦକ୍ଷିଣ ଗୁଜରାଟରେ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ କ୍ୟାମ୍ପେନ୍ ଫୋକସରେ ରହିଛି ବାହାରୁଚ୍, ସୁରତ ଏବଂ ବରୋଦା। ଏଠାରେ ସେ ମାରାଥନ ରାଲିରେ ସାମିଲ ହେବା ସହ କଂଗ୍ରେସ ସପକ୍ଷରେ ଭୋଟ ମାଗିବେ । ଦକ୍ଷିଣ ଗୁଜରାଟରେ ପଟେଲ ସମ୍ପ୍ରଦାୟର ଦବଦବା ଥିବା ଦୃଷ୍ଟିରୁ ଏହି ସମସ୍ତ ଅଞ୍ଚଳରେ କଂଗ୍ରେସ ନିଜ ପତିଆରା ଜାହିର କରିବାକୁ […]

download (2)

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 10:47 PM IST

ଅହମଦାବାଦ୍‌: ଗୁଜରାଟରେ ନିର୍ବାଚନୀ ପ୍ରଚାରରେ ବାହାରିଛନ୍ତି କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ। ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇ ରାହୁଲ ଦକ୍ଷିଣ ଗୁଜରାଟରେ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ କ୍ୟାମ୍ପେନ୍ ଫୋକସରେ ରହିଛି ବାହାରୁଚ୍, ସୁରତ ଏବଂ ବରୋଦା। ଏଠାରେ ସେ ମାରାଥନ ରାଲିରେ ସାମିଲ ହେବା ସହ କଂଗ୍ରେସ ସପକ୍ଷରେ ଭୋଟ ମାଗିବେ । ଦକ୍ଷିଣ ଗୁଜରାଟରେ ପଟେଲ ସମ୍ପ୍ରଦାୟର ଦବଦବା ଥିବା ଦୃଷ୍ଟିରୁ ଏହି ସମସ୍ତ ଅଞ୍ଚଳରେ କଂଗ୍ରେସ ନିଜ ପତିଆରା ଜାହିର କରିବାକୁ ଚେଷ୍ଟା କରିବ। ଅନ୍ୟପଟେ ପୂର୍ବରୁ ବିଜେପିକୁ ନାପସନ୍ଦ କରିଥିବା ପଟିଦାର ନେତା ଏହି ସଭାରେ ରାହୁଲଙ୍କ ସହ ନଜର ଆସିପାରନ୍ତି। ରାହୁଲଙ୍କ ଗୁଜୁରାଟ ଗସ୍ତ କିଛି ମାତ୍ରାରେ ଦଳର ଆଗାମୀ ରଣନୀତି ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବ। ସୂଚନା ଅନୁସାରେ, ଦକ୍ଷିଣ ଗୁଜରାଟର କିଛି ଆସନରେ ଦଳ ବୁଝାମଣା କରିପାରେ।

Related story