ରାହୁଲ ହିନ୍ଦୁ ନୁହଁନ୍ତି! କ’ଣ କହିଲା କଂଗ୍ରେସ ପଢ଼ନ୍ତୁ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସେଠାରେ ଜୋରଦାର ପ୍ରଚାର ଚଳାଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ସୋମନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ଏହି ଅବସରରେ ଏଣ୍ଟ୍ରି ରେଜିଷ୍ଟରରେ ତାଙ୍କୁ ଅଣ ହିନ୍ଦୁ ଭାବେ ଦର୍ଶାଯାଇଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ପକ୍ଷରୁ ଏନେଇ ସଫେଇ ଦିଆଯିବା ସହ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରାଯାଇଛି। କଂଗ୍ରେସ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି କୁହାଯାଇଛି ଯେ ରାହୁଲ କେବଳ ହିନ୍ଦୁ ନୁହଁନ୍ତି […]

rahul

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 10:56 AM IST

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସେଠାରେ ଜୋରଦାର ପ୍ରଚାର ଚଳାଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ସୋମନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ଏହି ଅବସରରେ ଏଣ୍ଟ୍ରି ରେଜିଷ୍ଟରରେ ତାଙ୍କୁ ଅଣ ହିନ୍ଦୁ ଭାବେ ଦର୍ଶାଯାଇଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ପକ୍ଷରୁ ଏନେଇ ସଫେଇ ଦିଆଯିବା ସହ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରାଯାଇଛି।

କଂଗ୍ରେସ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି କୁହାଯାଇଛି ଯେ ରାହୁଲ କେବଳ ହିନ୍ଦୁ ନୁହଁନ୍ତି ସେ ଜନେଉଧାରୀ (ପଇତାଧାରୀ) ମଧ୍ୟ। ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ରାହୁଲ ନିଜେ ତାଙ୍କ ନାଁ ରେଜିଷ୍ଟରରେ ଲେଖି ନଥିଲେ। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ରାହୁଲଙ୍କ ସୋମନାଥ ମନ୍ଦିର ଗସ୍ତ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛଡ଼ା ଆଉ କାହାରି ନଜର ନଥିଲା।

[caption id="attachment_187058" align="aligncenter" width="650"] କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ଆଉ ଏକ ଫଟୋ[/caption]

କଂଗ୍ରେସ କେବେ ବି ଭାବି ନଥିବ ଯେ ରାହୁଲଙ୍କ ସୋମନାଥ ମନ୍ଦିର ପରିଦର୍ଶନ ଏକ ପ୍ରସଙ୍ଗ ହୋଇଯିବ ଓ ଦଳକୁ ପ୍ରମାଣ ଦେବାକୁ ପଡ଼ିବ ଯେ ରାହୁଲ ହିନ୍ଦୁ।

ସୂଚନାଯୋଗ୍ୟ, ସୋମନାଥ ମନ୍ଦିରରେ ଅଣହିନ୍ଦୁମାନେ ଦର୍ଶନ କରିବା ପୂର୍ବରୁ ନାଁ ପଞ୍ଜିକରଣ କରନ୍ତି। ରାହୁଲଙ୍କ ନାଁ ଅଣହିନ୍ଦୁ ରେଜିଷ୍ଟରରେ ପଞ୍ଜିକୃତ କରାଯାଇଥିଲା। ଏହି ଖବର ପାଇବା ପରେ ବିଜେପି ତାଙ୍କ ଧର୍ମକୁ ନେଇ ପ୍ରଶ୍ନ କରିଥିଲା। ହଠାତ୍ ଏହି ପ୍ରସଙ୍ଗ ଉଠିବାରୁ କଂଗ୍ରେସକୁ ବି ଟିକେ ଝଟ୍‌କା ଲାଗିଥିଲା।

Related story