ମାନହାନୀ ମାମଲାରେ ରାହୁଲଙ୍କୁ ଜାମିନ୍

ନୂଆଦିଲ୍ଲୀ: ଆର୍‌ଏସ୍‌ଏସ୍‌ ମାନହାନି ମାମଲାରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁମ୍ବାଇର ଭିମ୍ବଡୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାହୁଲଙ୍କ ଜାମିନ ପାଇଁ କଂଗ୍ରେସ ନେତା ଶିବରାଜ ପାଟିଲ ଗ୍ୟାରେଣ୍ଟି ପତ୍ର ଭରିଛନ୍ତି। ମାମଲାର ଆଗାମୀ ଶୁଣାଣି ୨୮ ଜାନୁଆରୀରେ କରାଯିବ। ଜାମିନ ପରେ ରାହୁଲ ଗାନ୍ଧୀ ଭିମ୍ବଡୀ ଅଞ୍ଚଳର ଜନତାଙ୍କୁ ସମ୍ବୋଧନ କରିବା ସହ “ଆଜାଦୀର ବିଚାରଧାରା ଗାନ୍ଧୀ ଆମକୁ ଦେଇଛନ୍ତି, ଗାନ୍ଧିଙ୍କ ଏପରି ଚିନ୍ତା ପାଇଁ ମୁଁ ଲଢ଼ୁଛି” ବୋଲି କହିଛନ୍ତି। ଖବାର […]

rahul-gandhi

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 04:03 PM IST

ନୂଆଦିଲ୍ଲୀ: ଆର୍‌ଏସ୍‌ଏସ୍‌ ମାନହାନି ମାମଲାରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁମ୍ବାଇର ଭିମ୍ବଡୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାହୁଲଙ୍କ ଜାମିନ ପାଇଁ କଂଗ୍ରେସ ନେତା ଶିବରାଜ ପାଟିଲ ଗ୍ୟାରେଣ୍ଟି ପତ୍ର ଭରିଛନ୍ତି। ମାମଲାର ଆଗାମୀ ଶୁଣାଣି ୨୮ ଜାନୁଆରୀରେ କରାଯିବ। ଜାମିନ ପରେ ରାହୁଲ ଗାନ୍ଧୀ ଭିମ୍ବଡୀ ଅଞ୍ଚଳର ଜନତାଙ୍କୁ ସମ୍ବୋଧନ କରିବା ସହ “ଆଜାଦୀର ବିଚାରଧାରା ଗାନ୍ଧୀ ଆମକୁ ଦେଇଛନ୍ତି, ଗାନ୍ଧିଙ୍କ ଏପରି ଚିନ୍ତା ପାଇଁ ମୁଁ ଲଢ଼ୁଛି” ବୋଲି କହିଛନ୍ତି।

ଖବାର ମୁତାବକ ୨୦୧୪ରେ ରାହୁଲ ଗାନ୍ଧୀ ଏକ ରାଲିରେ ଯୋଗ ଦେଇ ରାଷ୍ଟ୍ରୀୟ ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା ଆରଏସ୍‌ଏସ୍‌ର ସଦସ୍ୟ କରିଥିବା କହି ବିବାଦ ଘେରକୁ ଆସିଥିଲେ। ତାଙ୍କର ଏପରି ମନ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ।

Related story