ରାଫେଲ୍ ପ୍ରସଙ୍ଗ ପୁଣି ଉଠାଇଲେ ରାହୁଲ, କହିଲେ ଚୋରି ହୋଇଛି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପାଖାପାଖି ମାସେ ପରେ ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ନିଜର ଆଭିମୁଖ୍ୟ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି ପୂର୍ବରୁ ସେ କହିଥିଲେ ରାଫେଲ୍ ଡିଲରେ ଚୋରି ହୋଇଛି। ଆଉ ଏବେ ବି ତାଙ୍କ ମତ ଅପରିବର୍ତ୍ତିତ ରହିଛି ବୋଲି ରାହୁଲ କହିଛନ୍ତି। ଆଜି ସଂସଦର ଉଭୟ ସଦନକୁ ମିଳିତ ଭାବରେ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉଦବୋଧନ ଶେଷ ହେବା ପରେ ସଂସଦ ବାହାରେ […]

rahul gandhi parliament outside

Subhransu Sekhar
  • Published: Thursday, 20 June 2019
  • , Updated: 20 June 2019, 02:35 PM IST
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପାଖାପାଖି ମାସେ ପରେ ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ନିଜର ଆଭିମୁଖ୍ୟ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି ପୂର୍ବରୁ ସେ କହିଥିଲେ ରାଫେଲ୍ ଡିଲରେ ଚୋରି ହୋଇଛି। ଆଉ ଏବେ ବି ତାଙ୍କ ମତ ଅପରିବର୍ତ୍ତିତ ରହିଛି ବୋଲି ରାହୁଲ କହିଛନ୍ତି।
ଆଜି ସଂସଦର ଉଭୟ ସଦନକୁ ମିଳିତ ଭାବରେ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉଦବୋଧନ ଶେଷ ହେବା ପରେ ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ରାଷ୍ଟ୍ରପତିଙ୍କ ଉଦବୋଧନ ବାବଦରେ ପଚାରିଥିଲେ। ଜବାବରେ ରାଫେଲ ଡ଼ିଲରେ ଚୋରି ହୋଇଥିବା କଥା ନିଜ ଆଡ଼ୁ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ତଥା କେରଳର ଓ୍ୱାଇନାଡ ସାଂସଦ।

ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ କିଏ ବାଛିବେ ବୋଲି ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ସେ କହିଥିଲେ ମୁଁ ନୁହେଁ ଦଳ ବାଛିବ କିଏ ହେବେ କଂଗ୍ରେସ ଅଧ୍ୟକ୍ଷ।

ନିର୍ବାଚନ ପ୍ରଚାର ବେଳେ ରାହୁଲ ରାଫେଲ୍ ଡିଲରେ ଚୋରି ହୋଇଥିବା କଥା ବାରମ୍ବାର ଉଠାଇଥିଲେ। ଆଗାମୀ ଦିନରେ ରାଫେଲ୍ ବିମାନ ଭାରତକୁ ଆସିବ। ମୋଦି ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନା ଜରିଆରେ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ବିମାନ କିଣିବା ପାଇଁ ଚୁକ୍ତି ହୋଇଥିଲା।

Related story