ମୋଦିଙ୍କ ପାଇଁ ପୂରା କାଶ୍ମୀର ଜଳୁଛି

Ordigital Desk
  • Published: Friday, 21 July 2017
  • , Updated: 21 July 2017, 03:16 PM IST
<p>ନୂଆଦିଲ୍ଲୀ: ମୋଦିଙ୍କ ପାଇଁ ପୂରା କାଶ୍ମୀର ଜଳୁଛି। &nbsp;ମୋଦି ସରକାରର ନୂଆ ନୂଆ ପଲିସି ପାଇଁ ପୂରା କାଶ୍ମୀରରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଛି। ଯାହାକୁ ସରକାର ନିୟନ୍ତ୍ରଣ କରିବାରେ ପୁରାପୁରି ଭାବେ ବିଫଳ ହୋଇଛନ୍ତି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି, ମୋଦିଙ୍କୁ ଲକ୍ଷ୍ୟ କରି ଏଭଳି କଟାକ୍ଷ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି।</p> <p>ଆଜି ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ଯାଉଥିବା ବେଳେ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାହୁଲ। ସେ କହିଛନ୍ତି କାଶ୍ମୀରରେ ଘଟୁଥିବା ଘଟଣା ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ଏହି ମାମଲାର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଚଳିତବର୍ଷ ମୌସୁମୀ ଅଧିବେଶନରେ କଂଗ୍ରେସ ପାର୍ଟି ସଂସଦରେ କାଶ୍ମୀର ସମସ୍ୟା, କୃଷକଙ୍କ ସମସ୍ୟା ଓ ଦେଶରେ ଦେଖା ଦେଉଥିବା ହିଂସାକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରୁଛନ୍ତି।</p>

Related story